ରଥଯାତ୍ରା ପାଇଁ ଆସିଲା ନୀତି ନିର୍ଘଣ୍ଟ

ପୁରୀ:ରାତି ପାହିଲେ ଶ୍ରୀଗୁଣ୍ଡିଚା ଯାତ୍ରା । ଏହି ଦିନ ୩ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ । ଦୀର୍ଘ ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ହେବା ପାଇଁ ବାରଣ କରାଯାଇଥିଲା ।

କି;ୁ ଚଳିତ ବର୍ଷ ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ହେବାର ଅନୁମତି ମିଳିଛି । ସୁରକ୍ଷିତ ଏବଂ ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଶାସନ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛି । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ମଧ୍ୟ ହୋଇଛି । ଏହା ଅନୁଯାୟୀ, ସକାଳ ୬ଟାରେ ମଙ୍ଗଳ ଆଳତୀ, ସକାଳ ୭ଟାରେ ଅବକାଶ, ସକାଳ ୮ଟାରେ ସକାଳ ଧୂପ, ସକାଳ ୯ଟାରେ ରଥ ପ୍ରତିଷ୍ଠା, ସକାଳ ୯ଟା ୧୫ମିନିଟରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହେବ ।

ସେହିଭଳି ସକାଳ ୯ଟା ୩୦ମିନିଟରେ ପହଣ୍ଡି ଆରମ୍ଭ ହେବା ବେଳେ ଅପରାହ୍ନ ୧୨ଟା ୩୦ରେ ପହଣ୍ଡି ଶେଷ ହେବ । ସେହିଭଳି ଦିନ ୧ଟା ୩୦ମିନିଟରେଚିତା ଲାଗି, ଦିନ ୨ଟା ୩୦ ଛେରାପହଁରା ଅନୁଷ୍ଠିତ ହେବ । ଦିନ ୩ଟାରେ ଚାରମାଳ ଫିଟା ଓ ଘୋଡା ଲାଗି ନୀତି ଅନୁଷ୍ଠିତ ହେବ । ଦିନ ୪ଟାରେ ରଥ ଟଣା ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୀତି ନିର୍ଘଣ୍ଟ ହୋଇଥଲେ ହେଁ ଏହା କେବଳ ସୂଚନା ପାଇଁ ଉଦ୍ଦିଷ୍ଟ । ଏହାର ପୂର୍ବରୁ କିମ୍ବା ପରେ ମଧ୍ୟ ନୀତି ସମ୍ପାଦିତ ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.