ଚିତ୍ରକୋଣ୍ଡା ବ୍ଲକରେ ୨୬ ଗୋଟି  ଅଭିଯୋଗର ହେଲା ଜନଶୁଣାଣି

ଚିତ୍ରକୋଣ୍ଡା(୨୭/୦୬) : ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସଭାଗୃହ ଠାରେ ମାଲକାନଗିରି ପିଡି-ଡିଆରଡିଏ ତଥା ମାଲକାନଗିରି ଜିଲା ଭାରପ୍ରାପ୍ତ ଜିଲାପାଳ ବାଳମୁକୁନ୍ଦ ଭୁଁୟା ଙ୍କ ଅଧକ୍ଷତାରେ ଜିଲ୍ଲାର ତଥା ବ୍ଲକ ର 37 ଜଣ ବିଭାଗୀୟ  ଅଧିକାରୀ ଯଥା – ଚିତ୍ରକୋଣ୍ଡା ବିଡିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ,ପିଏ -ଆଇଟିଡିଏ ତ୍ରିନାଥ ମାଝୀ, ଏସଏସସିଓ ପଦ୍ମ ରଞ୍ଜନ ଦାସ,ଡିଡବ୍ଲୁଓ କୃପାସିନ୍ଧୁ ବେହେରା,ଆଡିସନାଲ ଏସପି  ବଳଭଦ୍ର ଦୀପ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ,ଆରଡବ୍ଲୁଏସଏସ ର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ରାଉତ, ଏସଡିଓ ମନୋଜ କୁମାର ନାୟକ,ଡିଏସଡବ୍ଲୁଓ, ଡିଏସଏସଓ, ବିଦୂତ ତଥା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଏବଂ ସମସ୍ତ ଜିଲା ସ୍ତରୀୟ ମୁଖ୍ୟ ଅଧିକାରୀ ମାନଙ୍କୁ ନେଇ ଚିତ୍ରକୋଣ୍ଡା ବ୍ଲକରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଚିତ୍ରକୋଣ୍ଡା ବ୍ଲକ ଅଂଚଳର ଛବିଶ ଗୋଟି ଅଭିଯୋଗ ର ଶୁଣାଣି କରିଥିଲେ ପିଡି-ଡିଆରଡିଏ ତଥା ମାଲକାନଗିରି ଜିଲା ଭାରପ୍ରାପ୍ତ ଜିଲାପାଳ ବାଳମୁକୁନ୍ଦ ଭୁଁୟା l ଅଭିଯୋଗ ଭିତରେ ମୁଖ୍ୟ ସମସ୍ୟା ଥିଲା ପାଣି ସମସ୍ୟା, ବିଦୂତ ସମସ୍ୟା,ଶିକ୍ଷା ବ୍ୟବସ୍ଥାର ସମସ୍ୟା,ଭତା ସମସ୍ୟା,ରାସ୍ତା ଘାଟ ର ସମସ୍ୟା,ଚିତ୍ରକୋଣ୍ଡା ଅଞ୍ଚଳର ବଜାର କଲୋନୀ ରେ ଆଲୋକି କରଣ,ଚିତ୍ରକୋଣ୍ଡା ପଞ୍ଚାୟତକୁ ଦୁଇଟି ବ୍ୟାଟେରୀ ଚାଲିତ ଅଳିଆ ବୁହା ଗାଡ଼ି ପ୍ରଦାନ ଇତ୍ୟାଦି ଅଭିଯୋଗ ଗୁଡ଼ିକର ଶୁଣାଣି ହୋଇଥିଲା ।

nis-ad
Leave A Reply

Your email address will not be published.