ଅଜଣା ଗାଡ଼ି ଧକାରେ ଯୁବତୀ ଗୁରୁତର

ଦାରିଙ୍ଗବାଡ଼ି,(୨୬/୬) : ଅଜଣା ଗାଡ଼ି ଧକାରେ ଯୁବତୀ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୁର୍ତ୍ତ ବିଭାଗ ରାସ୍ତା ତଥା ଦାରିଙ୍ଗବାଡ଼ି ନିକଟ କଫି ବଗିଚା ରୋଡ଼ରେ ଆଚେତ ଅବସ୍ଥାରେ ପଡ଼ିରହିଥିଲେ । ଯୁବତୀ ମୁଣ୍ଡରେ ଶକ୍ତ ଆଘାତ ଲିଗିବା ସହ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା । ରାସ୍ତାରେ ଯିବାଲୋକ ଦେଖି ପୋଲିସକୁ ଜଣାଇବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଯୁବତୀ ପାଖରେ କୌଣସି ପରିଚୟ ପତ୍ର ନଥିବା ଓ ସେ ଅଚେତ ଅବସ୍ଥାରେ ଥିବାରୁ ପରିଚୟ ମିଳିନଥିଲା । ହେଲେ ଏହିଖବର ଚାରିଆଡ଼େ ପ୍ରଚାର ପରେ ଲୋକମାନେ ଆସି ଦେଖିଥାନ୍ତି । ପ୍ରାୟ ଦେଡ଼ ଘଣ୍ଟା ପରେ ଯୁବତୀ ବୁଡାନପିପାଲି ଗ୍ରାମର ଶ୍ରୀନିବାସ ପ୍ରଧାନଙ୍କ ଲୁବାନି ପ୍ରଧାନ (୨୩) ବୋଲି ଜଣା ପଡ଼ିଛି । ମହିଳା ସାମାଜିକ କର୍ମୀ ବିଳାସିନୀ ନାୟକ ଓ ରିତାରାଣୀ ମଲିକ ପାଖେ ପାଖେ ରହି ରହିଛନ୍ତି। ଲୁବାନୀର ବର୍ତ୍ତମାନ ଯାଏ ଚେତା ଫେରିନଥିବା ଡାକ୍ତର ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.