ମୋଟରସାଇକେଲ ଦୁର୍ଘଟଣା : ଚାଳକ ମୃତ


ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଜକିକିଆ ନିକଟ 59 ନମ୍ବର ଜାତୀୟ ରାଜପଥରେ ଏକ ମୋଟର ସାଇକେଲଭାରସାମ୍ୟ ହରାଇ ରାସ୍ତା କଡ ଗାର୍ଡ ଓ୍ବାଲ୍ ସହ ଧକ୍କା ହେବା ଫଳରେ ମୋଟର ଚାଳକଙ୍କ ମୃତ୍ୟୁ ହୋଇଛି | ଜାତୀୟ ରାଜପଥ ଦେଇ ନିଜ ଘରକୁ ଯିବାବେଳେ ଜକିକିଆ ନିକଟରେ ଭାରସାମ୍ୟ ହରାଇବା ଫଳରେ ବାଟାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଷାଙ୍ଗିଆ ଗ୍ରାମର ରାଜିଆ ପଣ୍ଡା,(42) ଗୁରୁତର ଆହତ ହୋଇ ପଡ଼ିଥିଲେ । ଖବରପାଇ ବାଲିଗୁଡ଼ା ଡିଏସପି ସୌମ୍ୟ ରଞ୍ଜନ ମଲ୍ଲିକ ଓ ଥାନା ଅଧିକାରୀ ବାବାଶଙ୍କର ସରାଫ୍ ଙ୍କ ସମେତ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ରଜିଆଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ରଜିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ |

nis-ad
Leave A Reply

Your email address will not be published.