ଆସାମରେ ବନ୍ୟା ପରିସ୍ଥିତି ସଙ୍ଗିନ, ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ସଙ୍ଗିନ ହେଉଛି। ରାଜ୍ୟରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଶନିବାର ସୁଦ୍ଧା ୧୧୮ ଜଣଙ୍କର ମୃତ୍ୟୁ ଘଟିଛି। ବିଶେଷ କରି ଏହି ବନ୍ୟାରେ ଚର୍ଚ୍ଚର ଜିଲ୍ଲାର ସିଲଚା ଟାଉନରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାରପେଟା , ଧୁବ୍ରି, କରିମଗଞ୍ଜ ଏବଂ ଉଦାଲଗୁଣି ଜିଲ୍ଲାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଚର୍ଚ୍ଚର ଏବଂ ମୋରି ଗାଁଓରେ ବନ୍ୟାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତେବେ ବନ୍ୟା ପ୍ରଭାବିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।
ଏହି ବନ୍ୟା ବିପର୍ଯ୍ୟୟରେ ଆଜି ୨୮ଟି ଜିଲ୍ଲାରେ ୩୩.୦୩ ଲକ୍ଷ ଲୋକେ ପ୍ରଭାବିତ ହୋ‌ଇଥିବା ରିପୋର୍ଟ ଆସିଛି । ଗତକାଲି ୩୦ଟି ଜିଲ୍ଲାରେ ୪୫.୩୪ ଳକ୍ଷ ଳୋକେ ବନ୍ୟାରେ ପ୍ରଭାବିତ ହୋଇଥିଲେ। ଏ ସମ୍ପର୍କରେ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରଶମନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆସାମରେ ବନ୍ୟା ପରିସ୍ଥିତି ଥମିବାରେ ନାଁ ଧରୁନାହିଁ ।
ଶତାଧିକ ଲୋକେ ବାସହରା ହୋଇ ମୁଣ୍ଡ ଗୁଞ୍ଜିବାକୁ ହଇରାଣ ହରକତ ହେଉଛନ୍ତି। ବନ୍ୟା ଯୋଗୁ ଜୀବଯନ୍ତୁ ଗୃହପାଳିତ ପଶୁ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବାୟୁସେନା ତରଫରୁ ଆକାଶମାର୍ଗରୁ ବନ୍ୟା ପ୍ରଭାବିତଙ୍କ ପାଇଁ ହେଲିକପ୍ଟରରୁ ଖାଦ୍ୟ ପକେଟ ତଳକୁ ପକାଯାଉଛି । ସ୍ଥାନେ ସ୍ଥାନେ ଭୁସ୍କଳନ ମଧ୍ୟ ଦେଖିବାକୁ ମିଳୁଛି । ଏହାରି ଭିତରେ ଆଇଏମଡି ତରଫରୁ ପୁଣି ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ନିଜ ଦଳର କର୍ମାମାନଙ୍କୁ ଆସାମରେ ବନ୍ୟା ପ୍ରଭାବିତଙ୍କ ସହ ଛିଡା ହେବା ସହ ଉଦ୍ଧାର କାର୍ଯ୍ୟରେ ବ୍ୟାପକ ସହଯୋଗ କରିବା ପାଇଁ କହିଛନ୍ତି ।

nis-ad
Leave A Reply

Your email address will not be published.