ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇବ କେନ୍ଦ୍ରମନ୍ତ୍ରୀ ରାମଦାଶଙ୍କ ଦଳ

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ନେଉଥିବା ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇବ କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱାଲେ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ଭେଟିବା ପରେ ଏହା କହିଛନ୍ତି ଅଠାୱାଲେ । ସେ କହିଛନ୍ତି ଯେ, ଯଦି ଏକନାଥ ସିନ୍ଦେ ସମସ୍ୟା ଭିତରେ ଅଛନ୍ତି ତେବେ ତାଙ୍କର ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ(ଆରପିଆଇ) ସମର୍ଥନ ଯୋଗାଇବା। ମହାରାଷ୍ଟ୍ର ସରକାର ଏବେ ବହୁମତ ହରାଇ ସଂଖ୍ୟାଲଘୁ ସ୍ଥିତିରେରେ ଅଛି। ବର୍ତ୍ତମାନ ଏକ ନାଥ ସିନ୍ଦେଙ୍କ ପାଖରେ ଏକ ବଡ଼ ଗୋଷ୍ଠୀ ରହିଛି।
ଏକନାଥ ସିନ୍ଦେଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ପରିପ୍ରକ୍ଷୀରେ ଶିବସେନାକୁ ଟାର୍ଗେଟ କରି଼ ଅଠାୱାଲେ କହିଛନ୍ତି ଯେ, ଆପଣ କଣ ଭାବୁଛନ୍ତି ଚାଲିଯାଇଥିବା ବିଧାୟକମାନେ ଫେରି ଆସିବେ। ସେମାନେ ଶକ୍ତିହୀନ ହୋଇଥିଲେ ଫେରିଥାନ୍ତେ। ହେଲେ ଏବେ ସେମାନଙ୍କ ସ୍ଥିତି ମଜବୁତ ରହିଛି। ଏହାବାଦେ ଯଦି ଏକନାଥ ସିନ୍ଦେ ହରଡ଼ଘଣାରେ ପଡ଼ିଛନ୍ତି ତେବେ ଆମ ଦଳ ତାଙ୍କୁ ସମର୍ଥନ କରିବ।
ଶିବସେନା-ଏନସିପି ଏବଂ କଂଗ୍ରେସ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି ଦଳ ଗତ କିଛି ଦିନ ହେବ ମହା ସଙ୍କଟ ଦେଇ ଗତି କରୁଛି। ଶିବସେନାରେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ନିଜ ସମର୍ଥକ ବିଧାକୟଙ୍କୁ ନେଇ ଯିବା ପରେ ସରକାର ବହୁମତ ହରାଇ ଏବେ ଟଳମଳ ଅବସ୍ଥାରେ। ଏକନାଥ ପ୍ରଥମେ ବିଧାୟକମାନଙ୍କୁ ସୁରଟ ପରେ ଗୌହାଟୀ ନେଇ ଏକ ବିଳାସପୂର୍ଣ୍ଣ ହୋଟେଲରେ ରଖିଛନ୍ତି। ଖାଲି ସେତିକି ନୁହଁ ସିନ୍ଦେ କ୍ୟାମ୍ପର ସମର୍ଥକ ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଉଛି।

nis-ad
Leave A Reply

Your email address will not be published.