ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନୂତନ ଭାବେ ମନ୍ତ୍ରୀପଦ ପାଇଥିବା ଚିକିଟି ବିଧାୟିକା ତଥା କୋଠାବାଡ଼ି ଏବଂ ନଗର ଉନ୍ନୟନ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଜି ଦିନିକିଆ ବ୍ରହ୍ମପୁର ଗ୍ରସ୍ତରେ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଆସିଥିବା ବେଳେ ମହାନଗର ନିଗମ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ। ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ମହାନଗର ନିଗମ ଅଡ଼ିଟୋରିୟମ୍ ଠାରେ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ଏହି ଅବସରରେ ମନ୍ତ୍ରୀ ଉଷା ଦେବୀଙ୍କୁ ମେୟରଙ୍କ ସମେତ ବହୁ କର୍ପୋରେଟର ସମ୍ବର୍ଦ୍ଧିତ କରିଥିଲେ । ବ୍ରହ୍ମପୁରର ବିକାଶ ଧାରା ଜାରୀ ରହିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉନ୍ନୟନ କାର୍ଯ୍ୟ ଆଗକୁ ବି ଜାରୀ ରହିବ ବୋଲି ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ସୂଚନା ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମହାନଗର ନିଗମ କମିଶନର ଜେ. ସୋନାଲ, ଡ଼େପୁଟି ମେୟର ଇ. ବିବେକ ରେଡ଼ିଙ୍କ ସମେତ ବହୁ ଅଧିକାରୀ ଓ କର୍ପୋରେଟର ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.