ଚିକିଟିରେ” ମୋ ଗେହ୍ଲା ଝିଅ” ଓ “ନିର୍ଭୟ କଢି” କାର୍ଯ୍ୟକ୍ରମ

ଚିକିଟି : ଚିକିଟି ବ୍ଳକ କାର୍ଯ୍ୟାଳୟ ପରିସରରେ ଆଜି “ନିର୍ଭୟ କଢି ଓ ମୋ ଗେହ୍ଲା ଝିଅ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିଡିପିଓ ଗୀତାଞ୍ଜଳୀ ପାଣିଗ୍ରାହୀ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖାସ, ବିଡ଼ିଓ ପ୍ରକାଶ କୁମାର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଜିଲ୍ଲା ବାଲ୍ୟ ବିବାହ ସଂଯୋଜକ ଦେବବ୍ରତ ମାହୁନ୍ତ, ଅତିରିକ୍ତ ତହସିଲଦାର କୁଳଦିପ କୁମାର, ଏ ବିଇଓ ପ୍ରଭାକର ସେଠୀ, ସିମାଞ୍ଚଳ ପଣ୍ଡା,ଚିକିଟି ଏନ୍ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦିପା କୁମାରୀ ସାହୁ, ବ୍ଳକ ଅଧ୍ୟକ୍ଷ ଆପନା ସେଠୀ,ବ୍ଳକ ଉପାଧ୍ୟକ୍ଷା ଏମ୍ ରେଣୁକାମ୍ମା ପ୍ରମୁଖ ମଞ୍ଚାସିନ ରହି “ବାଲ୍ୟ ବିବାହ,ଓ “ନିର୍ଭୟ କଢି, କନ୍ୟା ଭ୍ରୁଣ ହତ୍ୟା, ଶିଶୁ ଶ୍ରମିକ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଥମେ ମୁଖ୍ୟ ଅତିଥି ତଥା ମନ୍ତ୍ରୀ ଶ୍ରୀମତୀ ଉଷାଦେବୀଙ୍କୁ ଚିକିଟି ଆଇସିଡିସ୍ ପକ୍ଷରୁ ଫୁଲତୋଡ଼ା ସହ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ପାଛୋଟି ଅଣାଯାଇଥିଲା।ପରେ କିଶୋରୀ ବାଳିକାମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ ଓ ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହେବାସହ ପାଲା ମାଧ୍ୟମରେ ବାଲ୍ୟ ବିବାହ, କନ୍ୟା ଭ୍ରୁଣ ହତ୍ୟା, ଆଦି ରୋକିବା ପାଇଁ ସମସ୍ୟା ସଚେତନତା କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟ ର କିଶୋରୀ ଛାତ୍ରୀ ଓ ପିତାତଳି ଗ୍ରାମପଞ୍ଚାୟତର ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ଵାରା ସଚେତନତା ମୂଳକ ନାଟକ ଓ ନୁର୍ତ୍ୟ ପରିବେଷିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ଜି. ଜ୍ୟୋତି ରେଡ୍ଡୀ, ମୀନତି ପଣ୍ଡା,ଏ ରାଙ୍ଗାରାଓ,ଅମାୟୀ ସେଠୀ, କୁମାରୀ ସେଠୀ ପ୍ରମୁଖ ଙ୍କ ସମେତ ବହୁ ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜର ଉପସ୍ଥିତ ରହିଥିବା ବେଳେ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ମାନ୍ୟବର ମନ୍ତ୍ରୀ ଓ ଅତିରିକ୍ତ ଜିଲ୍ଲା ପାଳଙ୍କ ଦ୍ଵାରା ଚିକିଟି ଗଡ଼ ସ୍ଥିତ ରାଜ କବି ରାଧା ମୋହନ ବିଦ୍ୟପୀଠ ଓ ରାଜଲକ୍ଷ୍ମୀ ବାଳିକା ବିଦ୍ୟାଳୟ କଳବlଡ଼ସ୍ଥିତ ବାରାହୀ ବିଦ୍ୟପୀଠର ଛାତ୍ରୀ, ପିତାତଳି ଗ୍ରାମପଞ୍ଚାୟତର ଅଙ୍ଗନବାଡି କର୍ମୀ, ସି ଆର ସି ସି ସଂହିତା ମହାନ୍ତି, ଧାନଘର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟନାୟକ, ମା ବାଳକୁମାରୀ ପାଲ ସଙ୍ଘ ଓ ସୁରେଶନ ମାଝୀ ଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା lଓମ୍ ଶ୍ରୀ ଗୁରୁ ଆଦିବାସୀ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦିପ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ।ଜିଲ୍ଲା ବାଲ୍ୟ ବିବାହ ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.