କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର

ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜେନ୍ଦ୍ରନାରାୟଣପୁର ଗାଁରେ କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର । ଆହତ ମହିଳା ହେଲେ ପୁର୍ଣ୍ଣିମା ଡିଣ୍ଡା । ଗାଁ ନିକଟରେ ଥିବା ଜୋର ନିକଟକୁ ଛେଳି ଚରାଇବାକୁ ଯାଇଥିଲେ । ଜୋର ପାର ହୋଇ ଆସିବା ବେଳେ ତାଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା । କୁମ୍ଭୀର ସହ ସଂଘର୍ଷ କରି ଜୀବନ ବଞ୍ଚିଥିଲେ ବି ତାଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । କିଛିଦିନ ମଧ୍ୟରେ କୁମ୍ଭୀର ଆକ୍ରମଣରେ ୨ ଜଣ ପ୍ରାଣ ହରାଇ ସାରିଲେଣି ।

nis-ad
Leave A Reply

Your email address will not be published.