ପୂଜ୍ୟପୂଜା ସମିତି ପକ୍ଷରୁ ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ସ୍ମରଣ ସଭା


ବ୍ରହ୍ମପୁର (୨୪/୦୬) : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ୩୯ତମ ମୃତ୍ୟୁ ବାର୍ଷିକୀକୁ ଯଥା ମର୍ଯ୍ୟାଦାର ସହ ବ୍ରହ୍ମପୁରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ପୂଜ୍ୟ ପୂଜା ସମିତି ପାଳନ କରିଛି l ଏଥି ଉପଲକ୍ଷେ ସମିତି ସଭାପତି ବଂଶୀଧର ଭୂୟାଁଙ୍କ ସଭାପତିତ୍ୱରେ ବିଜିପୁର କମ୍ୟୁନିଟି ହଲ ଠାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଛି l ସଭା ଆରମ୍ଭରେ ପ୍ରଥମେ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରାଯାଇଥିଲା l ନବକୃଷ୍ଣ ଚୌଧୁରୀ ସାମ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ବିଶିଷ୍ଟ ସମାଜବାଦୀ ନେତା ଭାବେ ଜନଗଣଙ୍କ ଆଦୃତ ହୋଇଥିଲେ l ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ସେ ଜଣାଇଦେଇଥିଲେ ଯେ,ନିରବଛିନ୍ନ ଭାବେ ଆଦର୍ଶରେ ଅବିଚଳିତ ବିଶ୍ୱାସ ରଖିଲେ ରାଜନୀତିକୁ ସ୍ୱଚ୍ଛ ସୁନ୍ଦର ନିଷ୍କଳଙ୍କ ମଧ୍ୟ କରାଯାଇପାରିବ l ନବକୃଷ୍ଣ ବାବୁ ନିଜ ମୁଖ୍ୟମନ୍ତ୍ରିତ୍ୱ ସମୟରେ 1954ମସିହାରେ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ଆଇନ ଓ 1956ମସିହାରେ ନିଶା ନିବାରଣ ଆଇନକୁ ଆଦୃତ କରାଯାଇଥିଲା l ନବକୃଷ୍ଣ ବାବୁ ଅତ୍ୟନ୍ତ ସରଳ ଜୀବନ ଯାପନ କରିବାସହ ଲୋକଙ୍କ ସହ ସିଧାସଳଖ ମିଶୁଥିଲେ ଓ ସମସ୍ୟା ସମାଧାନ କରୁଥିଲେ l ଆଜି ନବକୃଷ୍ଣଙ୍କ ଭଳି ବ୍ୟକ୍ତିତ୍ୱ ଚିର ସ୍ମରଣୀୟ l ଆଜିର ରାଜନୀତି ଦୁର୍ନୀତି ଓ କଳଙ୍କରେ ପରିପୂର୍ଣ l ଏଣୁ ଦେଶସେବା ର ଶ୍ରେଷ୍ଠ ମାଧ୍ୟମ ରାଜନୀତି କୁ ଆଦର୍ଶଗତ ଭାବେ ଗଢି ତୋଳିବା ନିହାତି ପ୍ରୟୋଜନ ରହିଛି ବୋଲି ଆଜି ସମସ୍ତ ବକ୍ତା ମତ ପ୍ରକାଶ କରିଥିଲେ l ଆଜିର ଆଲୋଚନାରେ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବିଜୟ ଚନ୍ଦ୍ର ବିଶୋଇ, ମାଗୁଣି ନାହାକ, ଗଗନ ଚନ୍ଦ୍ର ମଲ୍ଲିକ, ସୁରେନ୍ଦ୍ର ନାଥ ପଣ୍ଡା, ସlମ୍ବଶିବା ରାଓ, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.