ଟିପିଏସ୍‌ଓଡିଏଲ୍ ପକ୍ଷରୁ ଏକ ବର୍ଷ ମଧ୍ୟରେ ସଂଖ୍ୟାଧିକ ସୁରକ୍ଷା ଅଭିଯାନର ଶୁଭାରମ୍ଭ…

.


୨୦୦୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନ ଅସୁରକ୍ଷିତରୁ ସୁରକ୍ଷିତ ସ୍ଥାନରେ ରୂପାନ୍ତରିତ
ଭୁବନେଶ୍ୱର // ବ୍ରହ୍ମପୁର : ସୁରକ୍ଷା ପ୍ରତି ପ୍ରତିବଦ୍ଧତା ସ୍ୱରୂପ, ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ବିଭିନ୍ନ ସୁରକ୍ଷା ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି । ଏହି ଅଭିଯାନଗୁଡ଼ିକରେ ସାମିଲ ରହିଛି ସମସ୍ତ କର୍ମଚାରୀଙ୍କ ପାଇଁ ୧,୭୫,୦୦୦ ମନୁଷ୍ୟ-ଘଂଟା (ମ୍ୟାନ ଆୱାର) ପ୍ରମୁଖ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ, ସମଗ୍ର ସଂସ୍ଥାରେ ଉତମ ଢାଂଚାର ସୁରକ୍ଷା ନୀତି ଓ ଯୋଜନା, ସୁରକ୍ଷା ଟୁଲ୍‌ସ ଓ ଉପକରଣ ମୁତୟନ ଓ ସୁରକ୍ଷା ଉତ୍କର୍ଷରେ ଉନ୍ନତି ଆଣିବା ପାଇଁ ପ୍ରଯୁକ୍ତିର ବ୍ୟବହାର ।
ଟିପିଏସ୍‌ଓଡିଏଲ୍‌ର ଉତ୍ସର୍ଗୀକୃତ ଟିମ୍ ବିଭିନ୍ନ ପ୍ରଶିକ୍ଷଣ ଯାହା ପ୍ରତି କର୍ମଚାରୀ ପିଛା ଏକୋଇଶ ମନୁଷ୍ୟ ଘଂଟା ସହ ସମାନ ତାହା ଜରିଆରେ ଗଣ ସୁରକ୍ଷା ଅଭିଯାନ ଆୟୋଜନ କରୁଛି । ବିଭିନ୍ନ ବର୍ଗ ଯଥା ସୁରକ୍ଷା ଦକ୍ଷତା, ବ୍ୟବହାର ଭିତିକ ସୁରକ୍ଷା, ଜରୁରୀକାଳୀନ ପ୍ରତିକ୍ରିୟା ଓ ଅଗ୍ନି ସୁରକ୍ଷା ତାଲିମ ଓ ଆହୁରି ବହୁତ କିଛି ଉପରେ କର୍ମଚାରୀ ଓ ବ୍ୟବସାୟ ଆସୋସିଏଟ୍‌ସ (ବିଏ)ଙ୍କ ପାଇଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକୁ ଆୟୋଜନ କରାଯାଉଛି । ସାରା ସଂସ୍ଥାରେ ବିଏ ସୁରକ୍ଷା ପରିଚାଳନା ଯୋଜନା କାର୍ଯ୍ୟକାରିତାକୁ କଂପାନି ନିଶ୍ଚିତ କରୁଛି । ଏହା ସହିତ କର୍ମଚାରୀ ଓ ବ୍ୟବସାୟ ସହଯୋଗୀମାନେ ସେମାନଙ୍କ କାମର ଆବଶ୍ୟକତା ଅନୁସାରେ ପିପିଟ କିଟ୍‌, ସୁରକ୍ଷା ହେଲମେଟ୍‌, ବିଦ୍ୟୁତ ସୁରକ୍ଷା ଜୋତା, ବିଦ୍ୟୁତ ସୁରକ୍ଷା ହାଣ୍ଡ ଗ୍ଲୋଭ୍‌ସ, ପୋଲ ଗ୍ରାବ ଆରେଷ୍ଟର ସହିତ ଫୁଲ ବଡି ହାର୍ନେସ, ଇଲେକ୍ଟ୍ରିକାଲ୍ ଫେସ୍ ଭାଇଜର, ଏଫ୍‌ଆର୍ ଜ୍ୟାକେଟ୍‌, ସେନ୍‌ସର ଭିତିକ ଇଣ୍ଡକ୍ସନ ସୁରକ୍ଷା ହେଲମେଟ୍‌, ରବର ଓ କଟନ ଭିତିକ ହାଣ୍ଡ ପ୍ରୋଟେକ୍ସନ ଗ୍ଲୋଭ୍ ଆଦି ବ୍ୟବହାର କରୁଛନ୍ତି/ ପିନ୍ଧୁଛନ୍ତି । କୋର କମିଟି ସଦସ୍ୟମାନଙ୍କ ଦ୍ୱାରା କର୍ମଚାରୀମାନେ ବିପଦଜନକ ଚିହ୍ନଟ ଓ ବିପଦ ଅନୁଶୀଳନ (ଏଚ୍‌ଆଇଆର୍‌ଏ) ଦେଇ ଗତି କରୁଛନ୍ତି । ଏହା ସହିତ ଦୁର୍ଘଟଣା ହାର କମ୍ କରିବା ଲାଗି କର୍ମ ସୁରକ୍ଷା ଅନୁଶୀଳନ (ଜେଏସଏ) କର୍ମଶାଳା ଆୟୋଜନ କରାଯାଉଛି । ଟିପିଏସ୍‌ଓଡିଏଲ୍‌ର ସ୍ୱୟଂ ସମ୍ପୂର୍ଣ୍ଣ ସୁରକ୍ଷା ବିଭାଗ ସହିତ ଅଭିଜ୍ଞ ସୁରକ୍ଷା ଅଧିକାରୀ ନିଯୁକ୍ତିରେ ରହି ଟିପିଏସ୍‌ଓଡିଏଲ୍‌ରେ ସୁରକ୍ଷାକୁ ବଢ଼ାଇବା ଲାଗି ୫୦୦ରୁ ଅଧିକ କର୍ମଚାରୀଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣକୁ ନିଶ୍ଚିତ କରୁଛନ୍ତି ।

ଜରୁରୀକାଳୀନ ସମୟରେ ପ୍ରମୁଖ ଲୋକମାନଙ୍କ ମଧ୍ୟରେ ଭୂମିକା ଓ ଦାୟିତ୍ୱ ପ୍ରଦାନ କରି ଆଘାତ ଓ ସଂପତି କ୍ଷତିକୁ ହ୍ରାସ କରିବା ଲାଗି ଟିପିଏସ୍‌ଓଡିଏଲ୍ ପକ୍ଷରୁ ବ୍ୟବସାୟ ନିରନ୍ତରତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମ୍‌ପି) କାର୍ଯ୍ୟକାରୀ କରାଯାଇଛି । ବିଭିନ୍ନ ଅଫିସ, ପିଏସ୍‌ଏସ୍‌ରେ କଂପାନି ପକ୍ଷରୁ ୧୦୦୦ ଡିସିପି ଅଗ୍ନି ନିର୍ବାପକ ମୁତୟନ କରାଯାଇଛି । ସୁରକ୍ଷା ସଂସ୍କୃତିରେ ଉନ୍ନତି ଆଣିବା ଲାଗି କଂପାନି ପକ୍ଷରୁ ପ୍ରଯୁକ୍ତିକୁ ବ୍ୟବହାର କରାଯାଉଛି । ଦୁର୍ଘଟଣା ବିଷୟରେ ଜଣାଇବା ଲାଗି କର୍ମଚାରୀ, ବିଏ ଓ ଗ୍ରାହକମାନେ ‘ସୁରକ୍ଷା ପ୍ରହରୀ ଆପ୍‌କୁ ବ୍ୟବହାର କରୁଛନ୍ତି । ଏହା ସହିତ ଅଧିକ ପ୍ରତ୍ୟକ୍ଷ ସଚେତନତା ପାଇଁ କଂପାନି ପକ୍ଷରୁ ଉତ୍ସର୍ଗୀକୃତ ୱେ ସୁରକ୍ଷା ପୋର୍ଟାଲ୍‌ର ଶୁଭାରମ୍ଭ କରାଯାଇଛି । ବିଏ ସୁରକ୍ଷା ପରିଚାଳନା ଯୋଜନାର ଅଂଶ ଭାବେ ଟିପିଏସ୍‌ଓଡିଏଲ୍ ପକ୍ଷରୁ ସମସ୍ତ ଡିଭିଜନ୍‌ରେ ସୁରକ୍ଷା କାର୍ଡ ବ୍ୟବସ୍ଥାକୁ କାର୍ଯ୍ୟକାରୀ ଓ ମୁତୟନ କରାଯାଇଛି । ମୁତୟନ ହୋଇଥିବା ୧୦୦% ସମସ୍ତ ବିଏଙ୍କ ସୁରକ୍ଷାରେ ସଚେତନତା ଓ ସୁରକ୍ଷା ପ୍ରତିବଦ୍ଧତା ଅଭିଯାନ ଦେଇ ଗତି କରିଥିବାକୁ କଂପାନି ନିଶ୍ଚିତ କରୁଛି।“ଆମ ସମସ୍ତ କର୍ମଚାରୀ ଓ ଗ୍ରାହକମାନଙ୍କ ସୁରକ୍ଷା ସର୍ବଦା ଆମର

ମୂଳ ଉଦ୍ଦେଶ୍ୟ ହୋଇ ରହିଅଛି । ଦୁର୍ଘଟଣାର ସମ୍ଭାବନାର ମୁକାବିଲା କରିବା ଲାଗି ଆମେ ବିଭିନ୍ନ ପ୍ରକାର ପଦକ୍ଷେପ ଓ ଅଭିଯାନ ଗ୍ରହଣ କରିଛୁ । ଏକ ସୁରକ୍ଷିତ ସଂସ୍କୃତି ସ୍ଥାପନ କରିବା ଲାଗି ଆମେ ପ୍ରତିବଦ୍ଧ ଯାହା ଐକ ଦୃଢ଼ ନେଟୱର୍କ ସୃଷ୍ଟି କରିବା ପାଇଁ ଆମର ଲକ୍ଷ୍ୟକୁ ଆହୁରି ଦୃଢ଼ କରିବ ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି ।
ବିଦ୍ୟୁତ ସୁରକ୍ଷା ସଚେତନତାରେ ଉନ୍ନତି ଆଣିବା ଲାଗି କର୍ମଚାରୀ ଓ ଜନ ସାଧାରଣଙ୍କ ମଧ୍ୟରେ ମୋଟ ୩୦୦ ସୁରକ୍ଷା ହ୍ୟାଣ୍ଡ୍‌ବୁକ୍ ଓ ୮୦୦୦ରୁ ଅଧିକ ବିଦ୍ୟୁତ ସୁରକ୍ଷା ପକେଟ୍ ଗାଇଡ୍ ବୁକ୍ ବଂଟନ କରାଯାଇଛି । ଅଭିନବ ପ୍ରକଳ୍ପ ଜରିଆରେ ଟିମ୍ ସୁରକ୍ଷା ଉତ୍କର୍ଷକୁ ନିଶ୍ଚିତ କରୁଛି ଯାହା ଉଚ୍ଚ ସ୍ଥାନ, ପାହାଡ଼ିଆ ରାସ୍ତା ଓ ପାଣି ଭର୍ତି ଅଂଚଳରେ କାମ କରିବାରେ ସହାୟକ ହେଉଛି । ଏକ ସୁରକ୍ଷିତ ସଂସ୍କୃତି ସୃଷ୍ଟି କରିବା ଦିଗରେ ଟିପିଏସ୍‌ଓଡିଏଲ୍‌ର ପ୍ରତ୍ୟକ୍ଷ ଅଭିଯାନକୁ “ୟୁଟିଲିଟି’ ବର୍ଗରେ “ରାଜ୍ୟ ସ୍ତରୀୟ ବିଦ୍ୟୁତ ସୁରକ୍ଷା ପୁରସ୍କାର ୨୦୨୧’ର ବିଜେତା ଭାବେ ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଥିଲା । ଓଡ଼ିଶାରେ ପରିଚାଳିତ ବିଭିନ୍ନ ଉତ୍ପାଦ, ପରିବହନ ଓ ବିତରଣ କଂପାନିଗୁଡ଼ିକ ଅନୁସରଣ କରୁଥିବା ସୁରକ୍ଷା ବ୍ୟବସ୍ଥାର ଅନୁଶୀଳନ କରିବା ଲାଗି ଇଞ୍ଜିନିୟର ଇନ୍ ଚିଫ୍ (ବିଦ୍ୟୁତ) ତଥା ପ୍ରିନସିପାଲ ଚିଫ ଇଲେକ୍ଟ୍ରିକାଲ୍ ଇନିସପେକ୍ଟରଙ୍କ ଦ୍ୱାରା ସର୍ବକାଳୀନ ପ୍ରଥମ ରାଜ୍ୟ ସ୍ତରୀୟ ସୁରକ୍ଷା ପୁରସ୍କାର ଆୟୋଜନ କରାଯାଇଥିଲା ।

nis-ad
Leave A Reply

Your email address will not be published.