ରାଉରକେଲା : ସ୍କୁଲ ଗେଟ ଭୁଶୁଡି ସୁରକ୍ଷାକର୍ମୀଙ୍କ ସମେତ ଦୁଇ ମୃତ। ପୋଲିସ ତଦନ୍ତ ଜାରୀ…

ରାଉରକେଲା,: ରାଉରକେଲା ୯ ନମ୍ବର ସେକ୍ଟରରେ ଥିବା ବିକାଶ ବିଦ୍ୟାଳୟର ମୁଖ୍ୟ ଫାଟକ ଅଚାନକ ଭୁଶୁଡ଼ି ପଡିବା ଫଳରେ ଜଣେ ସୁରକ୍ଷାକର୍ମୀଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଗୁରୁବାର ଦିନ ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ଏହି ଘଟଣା ଘଟିଛି। ୭ ନମ୍ବର ସେକ୍ଟର ପୋଲିସ ଷ୍ଟେସନ ଅଞ୍ଚଳର ଲାଗୁନ୍ ପାର୍କ ସମ୍ମୁଖରେ ବିକାଶ ବିଦ୍ୟାଳୟର ଲୁହା ଫାଟକ ଭୁଶୁଡି ପଡିବାର କାରଣ ଜଣା ପଡ଼ିନାହିଁ। ଗତକାଲି ରାତିରେ ଉକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଭେଟିବାକୁ ଆସିଥିବା ଜଣେ ଯୁବକ ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ସ୍କୁଲ ଗେଟ ପଡିଯିବାରୁ ଉଭୟ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା କୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସ୍କୁଲ ନିକଟରେ ଉତ୍ତେଜନା ପ୍ରକାଶ ପାଇଛି। ଉଭୟ ମୃତକଙ୍କ ସରକାରୀ ଡାକ୍ତରଖାନା ମର୍ଗ ହାଉସ ରେ ରଖା ଯାଇଛି । ଏହି ଘଟଣା ପରେ ଶୁକ୍ରବାର ସକାଳେ ସ୍କୁଲ ବନ୍ଦ ରହିଛି। ୭ ନମ୍ବର ସେକ୍ଟର ଥାନା ପୋଲିସ ଏହି ମାମଲାର ବିଭିନ୍ନ ଦିଗ ଯାଞ୍ଚ କରୁଛି।

nis-ad
Leave A Reply

Your email address will not be published.