ମହିଳାଙ୍କୁ ପୁଲିସର ମାଡ଼ ମାରିବା ଘଟଣା : ଏସ.ଡି.ପି.ଓ. ବଦଳି ଦାବି ନେଇ ଲୋକେ ଉତ୍ତ୍ୟକ୍ତ ହୋଇ ଥାନା ଗେଟ ଓ ଗାଡ଼ି ଭଙ୍ଗା ରୁଜା,୧୮ଗିରଫ କୋର୍ଟ ଚାଲାଣ…

ଚିତ୍ରକୋଣ୍ଡା ପ୍ରତିନିଧି // ନିସର୍ତ୍ତ ନିୟୁଜ

ଚିତ୍ରକୋଣ୍ଡା :- ଗତକାଲି ମାଲକାନଗିରି ପ୍ରଦେଶ କଂଗ୍ରେସ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ଠାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତର ପାଞ୍ଚ ହଜାରରୁ ଉର୍ଦ୍ଧ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କଂଗ୍ରେସ ଦଳର ମାଲକାନଗିରି ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର,କଂଗ୍ରେସ ଯୁବ ସଭାପତି ମଙ୍ଗୁ ଖିଲ,ବରିଷ୍ଠ କଂଗ୍ରେସ କର୍ମି ଶରତ ବୁରୁଦା, ଚିତ୍ରକୋଣ୍ଡା ବ୍ଲକ କଂଗ୍ରେସ ସଭାପତି ବିଦେଶୀ ଗୌଡ଼ ନେତୃତ୍ୱରେ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା କୋରାପୁଟ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପସ୍ଥିତିରେ ଦଳୀୟ ନେତାଙ୍କ ନେତୃତ୍ୱରେ ବିଭିନ୍ନ ଦାବି ନେଇ ଚିତ୍ରକୋଣ୍ଡା ହାଟପଦା ଠାରୁ ବ୍ଲକ

କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ରାଲି କରି ନାରାବାଜୀ ସହ ବ୍ଲକ ଆଗରେ ପ୍ରତିବାଦ ସଭା କରି ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଙ୍କୁ ବିଭିନ୍ନ ଜମିକୁ ଗାଁ ଜଳ, ଚାଷ ସୁବିଧା, ବିଭିନ୍ନ ଭତ୍ତା, ରାସ୍ତା ଘାଟ, ସ୍କୁଲ ଓ ଅଙ୍ଗନବାଡି ଘର ଭଳି ବିଭିନ୍ନ ଦାବି ପ୍ରଦାନ କରିଥିଲେ l ଏଥି ସହିତ ଚିତ୍ରକୋଣ୍ଡା ପୁଲିସ ଆରଏସସି ତେର ନମ୍ବର ଗାଁ ରେ ଗଞ୍ଜେଇ ଘଟଣାକୁ ନେଇ ମହିଳା ମାନଙ୍କୁ ବାଡେଇବା ଘଟଣାକୁ ପ୍ରତିବାଦ କରି ଚିତ୍ରକୋଣ୍ଡା ଏସଡିପିଓଙ୍କ ଅଂଶୁମାନ ଦିବେଦୀଙ୍କୁ ବଦଳି ଦାବି କରି ଚିତ୍ରକୋଣ୍ଡା ଥାନା ଗେଟ ପେଲି ଥାନା ଭିତରେ ପଶି ଥାନା କାର୍ଯ୍ୟାଳୟ ଆଗରେ ଥିବା ବୋଲର ଗାଡ଼ି ଗୁଡ଼ିକୁ ଭଙ୍ଗା ରୁଜା କରିବା ସହ ସିସି ଟିଭି, ଲାଇଟ ଭଙ୍ଗା ରୁଜା କରି କାର୍ଯ୍ୟାଳୟ ଭିତରେ ପଶି ପୁଲିସକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ମାତ୍ର କାର୍ଯ୍ୟାଳୟ ଗେଟ ଭିତରେ ପଶି ପାରି ନଥିଲେ l ପରେ ଅନ୍ୟ ଦଳୀୟ କର୍ମି ମାନେ ଉତ୍ତ୍ୟକ୍ତ ଲୋକଙ୍କୁ ଅଟକାଇ ଥିଲେ l ଘଟଣା ସ୍ଥଳରେ ଲୋକାଲ

ମାଜିଷ୍ଟେଟ ଭାବରେ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମାନାଭ ଦୋରା ପହଞ୍ଚି ଘଟଣା ଅନୁଧ୍ୟାନ କରିଥିଲେ । ଶେଷରେ ୧୮ଜଣ ଆନ୍ଦୋନକାରୀ ମାନଙ୍କୁ ପୁଲିସ୍ ଗିରଫ କରିଛି । ମହିଳାଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଯଦିଓ ପୋଲିସ୍ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ କିନ୍ତୁ ପୋଲିସ୍ ର ଏଭଳି ଅଗଣତାନ୍ତ୍ରିକ, ଅସାମ୍ବିଧାନିକ, ଅମାନୁଷିକ କାର୍ଯ୍ୟକଳାପକୁ ନେଇ ସାଧାରଣରେ ଆଲୋଚନା ହେଉଛି ଯେ ଶୃଙ୍ଖଳା ବ୍ୟବସ୍ଥା ରକ୍ଷା ନିମନ୍ତେ ପୋଲିସ୍ ପ୍ରଶାସନ ନିୟୋଜିତ ହୋଇଛନ୍ତି ନା ବେଆଇନ୍ ଭାବେ ଆଇନ୍ କୁ ହାତ କୁ ନେବା ନିମନ୍ତେ? ମହିଳା ପୋଲିସ୍ ଙ୍କ ବିନା ଉପସ୍ଥିତିରେ ୪ଜଣ ମହିଳାଙ୍କୁ କିପରି ଶାରିରୀକ ନିର୍ଯାତନା ଦିଆ ଯାଇପାରେ? କିପରି କୋର୍ଟ, ଅଦାଲତ କୁ ଉପେକ୍ଷା କରି ପୋଲିସ୍ ହେପାଜତକୁ ନ ଆଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନେଉଛି? କାହା ସ୍ୱାର୍ଥରେ ପୋଲିସ୍ ପ୍ରଶାସନ? ମାଓବାଦକୁ ଦମନ କରି ପୋଲିସ୍ ଆତଙ୍କରାଜ ଚଳାଇବା ଏକ ଜନମଙ୍ଗଳ ରାଷ୍ଟ୍ର ନିମନ୍ତେ ଶୋଭନୀୟ ଅଟେ କି ? ନା ପଦୋନ୍ନତି ଲାଳସାରେ ପୋଲିସ୍ ଚାହିଁଲେ କିଛି ବି କରିପାରିବ ଏବଂ ତାହା ପୋଲିସ୍ ପାଇଁ ସମ୍ବିଧାନ ପ୍ରଦତ୍ତ ଅଧିକାର…!

nis-ad
Leave A Reply

Your email address will not be published.