ପୁଣି ଅନୁଭବଙ୍କ ବିରୋଧରେ ହାଇକୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ବର୍ଷା -ଅନୁଭବ ବିବାଦ ପ୍ରସଙ୍ଗ ସହିତ ସୋମବାର ଆଉ ଏକ ମାମଲା ଯୋଡ଼ି ହୋଇ ଯାଇଛି। ଅନୁଭବଙ୍କ ବିରୋଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି ବର୍ଷା ।

ଅନୁଭବ କୋର୍ଟଙ୍କ ନିର୍ଦେଶକୁ ଉଲ୍ଲଂଘନ କରିଛନ୍ତି । ଅଦାଲତି କଟକଣା ସତ୍ୱେ, ଅନୁଭବ ସୋସିଆଲ ମିଡିଆରେ ମତ ରଖିଥିବା ନେଇ ବର୍ଷା ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି ।

ଅବଶ୍ୟ ପରସ୍ପରକୁ ଆକ୍ଷେପ ନକରିବା ଲାଗି ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ସୋସିଆଲ ମିଡିଆରେ ମତ ନରଖିବାକୁ ମଧ୍ୟ କୋର୍ଟ ତାଗିଦ୍ କରିଛନ୍ତି l ଏହା ପରେ ବି ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ବିବାଦୀୟ ମତ ରଖିଥିବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜ୍ଜୁ କରିବାଲାଗି ହାଇକୋର୍ଟରେ ବର୍ଷା ଆବେଦନ କରିଛନ୍ତି ।

nis-ad
Leave A Reply

Your email address will not be published.