ଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣା : ୪ ଜଣଙ୍କୁ ଅଟକ ରଖିଲା ବନ ବିଭାଗ

ଆଠଗଡ: ଆଠଗଡ ନରସିଂହପୁରରେ ଗୁଳିବିଦ୍ଧ ଦନ୍ତା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବନ ବିଭାଗ ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍ ୪ ଜଣଙ୍କୁ ଅଟକ ରଖି ଜେରା ଚଳାଇଛି । ସେମାନଙ୍କ ମଧ୍ୟରୁ ଜଣକୁ ସନ୍ଦେହରେ ଆଣିଥିବା ବେଳେ ପଚରାଉଚରା ପରେ ତାଙ୍କର ସମ୍ପୃକ୍ତି ନଥିବା ଜଣାପଡିଛି ।

ଅନ୍ୟପଟେ ୩ ଜଣଙ୍କର ସମ୍ପୃକ୍ତି ଥିବା ଜଣାପଡିଛି । ସେମାନେ ପୂର୍ବରୁ ମଧ୍ୟ ଏମିତି ଶୀକାର କରିଥିବା ବନ ବିଭାଗର ଜେରା ସମୟରେ ଜଣାପଡିଛି । ଦନ୍ତା ହାତୀକୁ ଦାନ୍ତ ଉଦ୍ଦେଶ୍ୟରେ ଗୁଳି କରାଯାଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଦାନ୍ତ ନେବା ପାଇଁ ଦେଶୀ ବନ୍ଧୁକରେ ଗୁଳି କରାଯାଇଥିବା ଜଣାପଡିଛି । ୫ଟି ଜାଗାରେ ଗୁଳି କରାଯାଇଥିବା ବନ ବିଭାଗ ସ୍ପଷ୍ଟ କରିଛି ।

nis-ad
Leave A Reply

Your email address will not be published.