ସମ୍ଭାବ୍ୟ ବାତ୍ୟା-ବନ୍ୟା ମୁକାବିଲା ପାଇଁ ପିଇବା ପାଣି-ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ମର: ସମ୍ଭାବ୍ୟ ବାତ୍ୟା, ବନ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ପିଇବା ପାଣି, ଔଷଧ ମହଜୁଦ ରଖିବା, ଦୁର୍ବଳ ବନ୍ଧ ମରାମତି ପାଇଁ କଡ଼ା ନିର୍ଦ୍ଦେଶ । ଜୁନ୍‌ରେ ନିଅଣ୍ଟିଆ ବର୍ଷା ହେଲେ ବିଭାଗ ପ୍ରସ୍ତୁତ ରହିଛି, ସ୍ଥିତି ଦେଖି ପଦକ୍ଷେପ ନିଆଯିବ କହିଲେ ମନ୍ତ୍ରୀ ।

ଜଳବାୟୁ ପରିବର୍ତ୍ତନ ନେଇ ବିଭାଗ ତଦାରଖ କରିବ । ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି । ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟସ୍ତରୀୟ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ବୈଠକ ।

nis-ad
Leave A Reply

Your email address will not be published.