କାଳୀପଲ୍ଲୀ ଗ୍ରାମବାସୀଙ୍କ ଆନ୍ଦୋଳନର ସମାଧାନ ଦିଗରେ ସମନ୍ବୟ ବୈଠକ


ଛତ୍ରପୁର(୧୭/୦୬) : ଛତ୍ରପୁର ବ୍ଲକ୍ ଅଧିନ କାଳୀପଲ୍ଲୀ ଗ୍ରାମବାସୀଙ୍କ ଆନ୍ଦୋଳନର ସମାଧାନ ଦିଗରେ ଶୁକ୍ରବାର ସମନ୍ବୟ ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଟାଟା କମ୍ପାନୀ ଅଧିକୃତ ଜମିରେ ଚାଲିଥିବା ଦୀପକ ସା୍ର କାରଖାନାକୁ ବିରୋଧ କରି ଗ୍ରାମବାସୀଙ୍କ ସ୍ଥାୟୀ ନିଯୁକ୍ତି ଆନ୍ଦୋଳନର ଆଶୁ ସମାଧାନ ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ, ସ୍ଥାନୀୟ ଗ୍ରାମବାସୀଙ୍କ ପ୍ରତିନିଧିଗଣ, ଟାଟା ପ୍ରକଳ୍ପର ଅଧିକାରୀଗଣ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ପ୍ରାୟ ୨ ଘଣ୍ଟା ପାଖାପାଖି ଆଲୋଚନା ହୋଇଥିଲା । ବିଶେଷ କରି ଗ୍ରାମବାସୀଙ୍କ ଦାବୀ ଡି ନୋଟିଫିକେସନ୍ ଏବଂ ଜମି ଅଧିଗ୍ରହଣ ହୋଇଥିବା ପରିବାର ପିଛା ଜଣେ ବ୍ୟକ୍ତିଙ୍କୁ ସ୍ଥାୟୀ ନିଯୁକ୍ତି, ଟାଟା ଅଧିକୃତ ଜମିରେ କରାଯାଉଥିବା କାରଖାନା ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦାନ କରାଯାଇନଥିବା ଇତ୍ୟାଦି ବିଷୟ ନେଇ ଗ୍ରାମବାସୀଗଣ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଗ୍ରାମବାସୀଗଣ କାରଖାନାକୁ ବିରୋଧ କରୁ ନାହାନ୍ତି, କାରଖାନା ପ୍ରତିଷ୍ଠା କରାଯାଉ ଏହାକୁ ସେମାନେ ଖୁସିର ସହିତ ସ୍ବାଗତ କରୁଥିବା ପ୍ରକାଶ କରିଛନ୍ତି ।

ଜମି ହରାଇଥିବା ପରିବାରର ଜଣେ ବ୍ୟକ୍ତିଙ୍କୁ ସ୍ଥାୟୀ ନିଯୁକ୍ତି ପାଇବା ନିମନ୍ତେ ଆଶା ବାନ୍ଧିଛନ୍ତି । କିନ୍ତୁ ସଂପୃକ୍ତ କମ୍ପାନୀ ଆମ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦେଇଥିବା ଅବଗତ କରାଇଥିଲେ । ଏହାର ସତ୍ୟାସତ୍ୟ ଜାଣିବା ସକାଶେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜିଲ୍ଲା ଶ୍ରମ ବିଭାଗକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଏହି ତଥ୍ୟ ପ୍ରଦାନ କରିବେ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗାଇପାଇ ଅବଗତ କରାଇ ଥିଲେ । ପ୍ରସ୍ତାବିତ କାରଖାନା ସମ୍ପର୍କରେ ସଠିକ ତଥ୍ୟ ଗ୍ରାମ ଲୋକେ ଜାଣିପାରୁ ନଥିବା ଗ୍ରାମ ଲୋକେ ଅଭିଯୋଗ ଆଣିଥିଲେ । ଯାହାବି ପ୍ରକଳ୍ପ କାର୍ଯ୍ୟ ହେଉଛି ଏହାର ତଥ୍ୟ ଗ୍ରାମ ଲୋକଙ୍କର ଜାଣିବା ଆବଶ୍ୟକତା ରହିଛି । ଏଣୁ ସର୍ବ ପ୍ରଥମେ ଗ୍ରାମ ଲୋକଙ୍କୁ ସେହି ସଠିକ ତଥ୍ୟ ପ୍ରଦାନ କରିବାକୁ ଟାଟା କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ସମୟରେ କାରଖାନାର ନିର୍ମାଣ କାର୍ଯ୍ୟ କ୍ଷିପ୍ରଗତିରେ ଚାଲିବ ସେ ସମୟରେ ଜମି ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ଅଗ୍ରାଧିକାର ଭିତ୍ତିରେ କାମ ଯୋଗାଇ ଦିଆଯିବ ଏବଂ କାରଖାନା ଆରମ୍ଭ ସମୟରେ ସରକାରଙ୍କ ନିୟମ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ । ଶାନ୍ତିର ବାତାବରଣ ସହ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରାଗଲେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଅବଗତ କରାଇଥିଲେ । ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଉପସ୍ଥିତ ଲୋକ ପ୍ରତିନିଧି ମାନଙ୍କ ସମସ୍ୟା ଏବଂ ସେମାନଙ୍କର ଦାବୀ ସମ୍ପର୍କରେ ଆଲୋଚନା ବିମର୍ଶ କରି କିଭଳି ଶାନ୍ତିର ସହିତ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ତାହା ଜଣାଇଥିଲେ । ଦୀର୍ଘ ବର୍ଷ ହେଲା କାରଖାନା ନିର୍ମାଣ ସକାଶେ ଜମି ଅଧିଗ୍ରହଣ କରାଯାଇଥିଲା କିନ୍ତୁ ୨୦୨୧ ମସିହା ର ଏସ୍.ଇ.ଜେଡ୍. କାର୍ଯ୍ୟ ଆରମ୍ଭ ହୋଇ ଗୋଟିକ ପରେ ଗୋଟିଏ କାରଖାନା ବସିବ,

nis-ad
Leave A Reply

Your email address will not be published.