ରାଜ୍ୟ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ୨୦ଲକ୍ଷ ଟଙ୍କାକୁ ବୃଦ୍ଧି, ପିଛିଲା ଭାବେ ୨୦୨୪ ଜାନୁୟାରୀ ୧ରୁ ଲାଗୁ

ଭୁବନେଶ୍ବର : ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଆଜି ଦଶହରା ପୂଜା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ କର୍ମଚାରୀମାନଙ୍କ ଅବସରକାଳୀନ ଗ୍ରାଚ୍ୟୁଇଟି ସୀମା ୧୫ଲକ୍ଷ ଟଙ୍କାରୁ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ପିଛିଲା ଭାବେ ୨୦୨୪ ଜାନୁୟାରୀ ପହିଲାରୁ ଲାଗୁ ହେବ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚ୍ୟୁଇଟି ପରିମାଣ ୧୫ଲକ୍ଷ ଟଙ୍କାରୁ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏହି ବର୍ଦ୍ଧିତ ଗ୍ରାଚ୍ୟୁଇଟି ପିଛିଲା ଭାବେ ୨୦୨୪ ଜାନୁୟାରୀ ୧ରୁ ଲାଗୁ ହେବ । ରାଜ୍ୟର ବିଭିନ୍ନ ସେବା ସଂଗଠନଗୁଡ଼ିକ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୦୨୪ ଜାନୁୟାରୀ ପହିଲାରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ(ପେନସନ) ନିୟମ ଅନୁସାରେ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚ୍ୟୁଇଟି ସୀମାକୁ ବୃଦ୍ଧି କରିଛନ୍ତି ।

nis-ad
Leave A Reply

Your email address will not be published.