ଶତ୍ରୁଙ୍କ ଉପରେ ବିଜୟ ପାଇଁ ନବରାତ୍ରୀର ଷଷ୍ଠ ଦିନରେ କରନ୍ତୁ ମା’କାତ୍ୟାୟନୀଙ୍କ ଆରାଧନା

ଆଜି ନବରାତ୍ରୀର ଷଷ୍ଠଦିନରେ ଦେବୀ ଦୁର୍ଗାଙ୍କୁ କାତ୍ୟାୟନୀ ବେଶରେ ପୂଜା କରାଯାଉଛି। ପୌରାଣିକ କଥା ଅନୁଯାୟୀ ମା ଦୁର୍ଗାଙ୍କର ଏହି ରୂପ କାତ୍ୟାୟନ ଋଷିଙ୍କ କନ୍ୟା ଭାବରେ ଅବତରିତ ହୋଇଥିଲା। କୁହାଯାଏ ଯେ ଯେଉଁ ଭକ୍ତମାନେ ଭକ୍ତିର ସହ ଦେବୀଙ୍କ ଏହି ରୂପକୁ ପୂଜା କରନ୍ତି, ସେମାନେ ଜଗତ ଜନନୀଙ୍କ କୃପାରୁ ସମସ୍ତ ପ୍ରକାର ଭୌତିକ ସୁଖ ପାଇବା ସହିତ ଜୀବନ ସୁଖମୟ ହୋଇଥାଏ। ମା’ଙ୍କ ଏହି ରୂପକୁ ପୂଜା କରିବା ଦ୍ୱାରା ମା ଭକ୍ତଙ୍କୁ ଶତ୍ରୁଙ୍କ ଉପରେ ବିଜୟର ବରଦାନ ଦିଅନ୍ତି। ବିଶ୍ୱାସ କରାଯାଏ ଯେ ଦେବୀ ଦୁର୍ଗାଙ୍କ ଷଷ୍ଠ ଶକ୍ତି କାତ୍ୟାୟନୀ ମହର୍ଷି କାତ୍ୟାୟନଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ତାଙ୍କର ନାମ କାତ୍ୟାୟନୀ ରଖାଯାଇଥିଲା। ଠିକ୍‌‌ ସମୟରେ, ଦାମ୍ପତ୍ୟ ଜୀବନରେ ସୁଖ ଓ ଶତ୍ରୁଙ୍କ ଉପରେ ବିଜୟ ପାଇଁ ମା’ କାତ୍ୟାୟନୀଙ୍କୁ ପୂଜା କରାଯାଏ। ମା’ ଆଶୀର୍ବାଦରେ ଭକ୍ତଙ୍କୁ ମନପସନ୍ଦର ଜୀବନସାଥୀ ମିଳିଥାଏ।

nis-ad
Leave A Reply

Your email address will not be published.