ଫ୍ଲାଟ୍ ଦେବା ନାଁରେ ୧କୋଟିରୁ ଅଧିକ ଟଙ୍କା ଠକେଇ କରି ବିଲଡର ଗିରଫ

ଭୁବନେଶ୍ବର : ଫ୍ଲାଟ ଦେବା ଆଳରେ ଗ୍ରାହକଙ୍କ ନାଁରେ ଲୋନ କରି ୧ କୋଟିରୁ ଅଧିକ ଟଙ୍କା ଠକି ନେଇ କ୍ରାଇମବ୍ରାଞ୍ଚ ହାତରେ ଗିରଫ ହେଲେ ବିଲଡର । ବସେରା ପ୍ରୋଜେକ୍ଟର ଏମଡି ଅମରେଶ ଚନ୍ଦ୍ର ଷଡ଼ଙ୍ଗୀ ନୟାଗଡ଼ରୁ ଗିରଫ ହୋଇଛନ୍ତି । ତେବେ ସେ କେତେ ଜଣଙ୍କଠାରୁ ଏପରି ‌ଠକିଛନ୍ତି ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ୨୦୧୬ମସିହାରେ ଅଭିଯୁକ୍ତ ବସେରା ଫ୍ରେସ୍କୋ ପ୍ରୋଜେକ୍ଟରେ ଭୁବନେଶ୍ବର ସିଜୁଆ ଅଞ୍ଚଳରେ ଫ୍ଲାଟ ଦେବେ କହି ଜ୍ୟୋତି ଶଙ୍କର ପଣ୍ଡା ନାମକ ବ୍ୟକ୍ତିଙ୍କୁ ଫସାଇଥିଲେ । ବିଡିଏ ଆପ୍ରୁଭାଲ ଦେଖାଇ ଜ୍ୟୋତିଙ୍କ ନାମରେ ୧କୋଟି ୧୫ଲକ୍ଷ ୮୨ହଜାର ଲୋନ କରିବା ପରେ ଆଉ ଧରାଛୁଆଁ ଦେଇନଥିଲେ । ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ନିକଟରେ ଅଭିଯୋଗ ପରେ ନୟାଗଡ଼ର ନୂଆଗାଁ ବାରବାଟିରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଏଭଳି ଘଟଣା ପରେ ସତର୍କ ରହିବା ପାଇଁ ଇଓଡବ୍ଲୁ ପକ୍ଷରୁ ସୂଚନା ଦିଆଯାଇଛି ।

nis-ad
Leave A Reply

Your email address will not be published.