ଦକ୍ଷିଣଓଡ଼ିଶାରେ ପ୍ରଥମ ନେଚରପାଥି ଚିକିତ୍ସାଳୟ ଆରୋଗ୍ୟ ଗ୍ରାମ ପ୍ରତିଷ୍ଠା


ବ୍ରହ୍ମପୁର (୧୭।୬) : ଗୋପାଳପୁର ରୋଡ଼ ସ୍ଥିତ ରାମଚନ୍ଦ୍ରପୁର ବିଶ୍ଵ ନିକେତନ ପରିସରରେ ମହାନ୍ ହେଲଥ ଇନ୍‌ଷ୍ଟିଚ୍ୟୁସନ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ସୁଶାନ୍ତ ସାବତ ସୂଚନା ପ୍ରଦାନ କରିଛନ୍ତି ଯେ, ରାମଚନ୍ଦ୍ରପୁର ଠାରେ ଆରୋଗ୍ୟ ଗ୍ରାମ ମହାନ୍ ହେଲଥ ଇନ୍‌ଷ୍ଟିଚ୍ୟୁସନ୍ ଏବଂ ରିସର୍ଚ୍ଚ ଫାଉଣ୍ଡେସନ୍ ଏକ ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ କରିବାକୁ ଯାଉଛି । ଯାହା ଦକ୍ଷିଣ ଓଡିଶାରେ ପ୍ରଥମ ଥର ପାଇଁ ଜନସାଧାରଣଙ୍କୁ ପ୍ରାକୃତିକ ସେବା ପ୍ରଦାନ କରିବାରେ ସହଯୋଗ ହେବ । ଏହାକୁ ସହଯୋଗୀ ଅନୁଷ୍ଠାନ ଭାବେ ଏମଆରଆର୍ ନେଚୂର୍ କ୍ୟୁର୍ ହସ୍ପିଟାଲ ବେଂଗଲୋର ଓ କର୍ଣାଟକ ଭଳି ସୁନାମ ଧନ୍ୟ ସମାଜସେବୀ ଅନୁଷ୍ଠାନ ମହାନ୍ ସଂଘ ଆନୁକୁଲ୍ୟରେ ସହଜ ସ୍ଵାସ୍ଥ୍ୟ ସେବା ଓ ସରଳ ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ମହାନ୍ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁସନ୍ ଏବଂ ରିସର୍ଚ୍ଚ ପାଉଣ୍ଡେସନ (MHIRF) ର ଏକକ ଭାବେ ତଥା ଏମଆରଆର୍ ନେଚୂର୍ କ୍ୟୁର୍ ହସ୍ପିଟାଲ ବେଂଗଲୋର ଓ କର୍ଣାଟକର ସହଭାଗିତାରେ “ ଆରୋଗ୍ୟ ଗ୍ରାମ ” ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ପ୍ରକାଶ ଥାଉ କି, ଏଥିପାଇଁ ତାଲିମ ପ୍ରାପ୍ତ କର୍ମଚାରୀ ଓ ବିଶେଷଜ୍ଞ ସହିତ ଆଧୁନିକ ଯନ୍ତ୍ରପାତି ଯେଗାଇ ଦେବେ ବାଙ୍ଗାଲୋରର ଏମଆରଆର ଏନସିଏଚ ଅନୁଷ୍ଠାନ ଯେକି ଦୁଇ ଦଶନ୍ଧି ଧରି ସଫଳତାର ସହ ଏବଂ ୨୦୦ ଶଯ୍ୟା ବିଶିଷ୍ଟ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ପରିଚାଳନା କରି ଆସୁଛନ୍ତି । ଏହି ଚିକିତ୍ସାଳୟରେ ଷ୍ଟିମ୍ ବାଥ୍ ଫୁଲ ବଡ଼ି ମାସଜ୍ ଆରୋଗ୍ୟ ଗ୍ରାମରେ ରୋଗ ଚିହ୍ନଟ, ନିରାକରଣ, ଉପଚାର, ଉପଦେଶ ସେବା ପ୍ରଦାନ ନିମନ୍ତେ ଅଭିଜ୍ଞ, ବୈଷୟିକ ତାଲିମ ପ୍ରାପ୍ତ ୟୋଗା ସେବା କର୍ମଚାରୀ ତଥା ବିଶେଷଜ୍ଞ ଦ୍ବାରା ବିଜ୍ଞାନ ସମ୍ମତ ପ୍ରାକୃତିକ ଚିକିତ୍ସା, ମଡ ଥେରୋପି, ୱାଟର ଥିରୋପି, ହାଇଡ୍ର କୋଲାନ, ସ୍ପାଇନାଲ ବାଥ୍, ହିପ ବାଥ୍, ଅଣ୍ଡର water ମସଜ୍ ପ୍ରଣାଳୀ ଅବଲମ୍ବନ କରାଯାଇଥାଏ, ଯାହା ଫଳରେ ପାର୍ଶ୍ୱ ପ୍ରତିକ୍ରିୟା ଜନିତ କ୍ଷତିର ସମ୍ଭାବନା ନଥାଏ । ଯନ୍ତ୍ରଣା ବିହୀନ ସରଳ ଚିକିତ୍ସାର ଲାଭ ଉଠାନ୍ତୁ ଏବଂ ଉତ୍ତମ ସ୍ବାସ୍ଥ୍ୟ ଲାଭ କରନ୍ତୁ ବୋଲି ସଭାପତି ଶ୍ରୀ ସାବତ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଚେୟାର ପେର୍ସନ୍ ଦେବିପ୍ରଭା ରଥ, ପ୍ରଶାନ୍ତ କୁମାର ପାତ୍ର, ବଳରାମ ଦାସ, ସୀମାଞ୍ଚଳ ପାଣିଗ୍ରାହୀ, ସବିତା ସାହୁ, ହରିଶ ଟଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.