ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ରୋଟରି କ୍ଲବ,ଫୁଲବାଣୀ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଅଛି । ପ୍ରଥମେ ଉକ୍ରଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ, ପରେ ପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତକରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏମ୍.କେ.ଏସ୍.ପି. ର ଉପସଭାପତି ଶରତ ଚନ୍ଦ୍ର ସାହୁ ସ୍ୱାଗତ ଭାସଣ ଦେବା ସହ, ପ୍ରସନ୍ନ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚନା ଚକ୍ରର ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରମୋଦ କୁମାର ସଢଙ୍ଗି ନିଜ ବକ୍ତବ୍ୟ ମାଧ୍ୟମରେ ଆଜିର ସମାଜରେ ଏହି ମହାନ ବ୍ୟକ୍ତିତ୍ୱଙ୍କ ବିଷୟରେ ଆଲୋଚନା କରି ଆଗାମି ପିଢିକୁ ସମାଜ ପ୍ରତି ତାଙ୍କରି ଅବଦାନ ଓ ବଳିଦାନ ସଂମ୍ପର୍କରେ ଜଣାଇବା ଆମ୍ଭମାନଙ୍କ ଦାୟିତ୍ୱ ବୋଲି ମତ ରଖିଥିଲେ । ସୁଦୁର ପୁରି ନିବାସୀ ସୁର୍ଯ୍ୟ କୁମାର ପଣ୍ଢା ସତ୍ୟବାଦି ବନ ବିଦ୍ୟାଳୟ ଓ ବକୁଳ ବନ ବିଷୟରେ ଏକ ଚିତ୍ର ଉପସ୍ଥାପନ କରି ସମସ୍ତଙ୍କ ମନରେ ଏକ ଗଭିର ରେଖାପାତ ସୃଷ୍ଟି କରିଥିଲେ । ତତସହିତ କେନ୍ଦ୍ରିୟ ଉତ୍କଳ ସମାଜ ର ସଦସ୍ୟ ବସନ୍ତ କୁମାର ତ୍ରିପାଠୀ ଯେକି ତାଙ୍କ ଦିର୍ଘ ୬୦ ବର୍ଷ ର ସେବା ଅନୁଭୁତି ନିଜ ବକ୍ତବ୍ୟ ରେ କହିଥିଲେ । ସ୍ୱାତୀ ର ସଂପାଦକ ଇଂ ହରିଶଙ୍କର ରାଉତ ଉକ୍ରଳମଣୀଙ୍କ ସାରା ଜୀବନର ସମର୍ପଣ ସେବା ଓ ଚିନ୍ତା ଆଜିର ଯୁବପଢି ପାଖରେ ପହଂଚାଇବା ପାଇଁ ସବୁ ସ୍ତରରେ ଚେଷ୍ଟାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନୀୟ ଅତିଥି ରୋଟାରି କ୍ଲବ ଫୁଲବାଣୀ ର ସଭାପତି ବିପ୍ର ଚରଣ ପାତ୍ର ସେବା ଓ ଧାର୍ମିକ ଚେତନା ଉପରେ ନିଜସ୍ୱ ଅଭିଭାଷଣ ରଖିଥିଲେ । ଆଜିର ଆଲୋଚନା ଚକ୍ରରେ ଦୁଇ ଜଣ ଆଲୋଚକ ଡା.ମନୋଜ କୁମାର ଲେଙ୍କା ଓ ଡ. ଚିତ୍ତରଞ୍ଜନ ମିଶ୍ର ଉକ୍ରଳମଣୀ ଗୋପବନ୍ଧୁ ଦାସଙ୍କ ବିଭିନ୍ନ କାର୍ଯ୍ୟ, ଚିନ୍ତାଧାରା ଉପରେ ଆଲେଚନା ରଖିଥିଲେ । କାର୍ଯକ୍ରମକୁ ଏମ୍.କେ.ଏସ୍.ପି. ସଭାପତି ବିଜୟକୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସ୍ୱାତୀର କର୍ମୀ ପ୍ରଦୀପ କୁମାର ସ୍ୱାଇଁ ସହଯୋଗ କରିଥିଲେ । ଆଗାମୀ ଦିନରେ ଗୋପ ସାହିତ୍ୟ ଓ ଗୋପ ଦର୍ଶନ କୁ କିପରି ଲୋକଙ୍କ ପାଖରେ ପହଂଚାଇବା ସେଥିପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ । ଇତ୍ୟବସରରେ ସମାଜ ର ଜିଲ୍ଲା ପ୍ରତିନିଧୀ ଅଶୋକ ମହାନ୍ତି ଆଲେଚନା ଚକ୍ରରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ଙ୍କୁ କୃତଜ୍ଞତା ଜଣାଇଥିଲେ । ପରିଷେଶରେ ଆୟୋଜକ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ କିଶୋର ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.