ଅଟୋ ଦୁର୍ଘଟଣା ତିନିଜଣ ଆହତ

ଦାରିଙ୍ଗବାଡ଼ି,(୧୭/୬) : ଦାରିଙ୍ଗବାଡ଼ି ବ୍ଳକ ସିର୍କାବର୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଞ୍ଝମାହା ଗ୍ରାମରୁ ଏକ ଅଟୋରେ ୬ଜଣ ଯାତ୍ରୀଙ୍କୁ ନେଇ ଦାରିଙ୍ଗବାଡ଼ିକୁ ଆସୁଥିଲେ । ଅଟୋ ଭାରସାମ୍ୟ ହରାଇ ସୋନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିସ୍କି ଘାଟିରେ ଦୁର୍ଘଟଣା ଘଟିଥିଲା । ଫଳରେ ବସିଥିବା ୬ଜଣ ଯାତ୍ରୀଙ୍କ ମଧ୍ୟରୁ ତିନି ଜଣ ମହନ୍ତ ପାଟମାଝି(୧୮), ବବିତା ପାଟମାଝି(୨୫) ଓ ଦୁଇ ବର୍ଷର ପ୍ରିୟଦର୍ଶିନୀ ପାଟମାଝି ଆହତ ହୋଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଦାରିଙ୍ଗବାଡ଼ି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରା ଯାଇଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.