ସି ଆରପିଏଫ ଏଡିଜି ନିତିନ ଅଗ୍ରୱାଲଙ୍କ ଦିନିକିଆ କନ୍ଧମାଳ ଗସ୍ତ : ମାଓ ମୁକାବିଲା ନେଇ ଆଲୋଚନା

ଫୁଲବାଣୀ(୧୭/୬) : ଶୁକ୍ରବାର ଦିନିକିଆ କନ୍ଧମାଳ ଗ୍ରସ୍ତରେ ସିଆରପିଏଫ ଏ ଡିଜି ନିତିନ ଅଗ୍ରୱାଲ ଆସି ପହଂଚିଥିଲେ l ପହଂଚିବା ପରେ ଏ ଡିଜି ଅଗ୍ରୱାଲଙ୍କୁ ସି ଆର ପି ଏଫ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇଥିଲା l ଏକ ସ୍ୱତନ୍ତ୍ର ହେଲିକପ୍ଟର ରେ ସିଆର ପି ଏଫ ଏ ଡିଜି ଅଗ୍ରୱାଲ ଫୁଲବାଣୀର ମାଦିକୁନ୍ଦା ସ୍ଥିତ ପୋଲିସ ବ୍ୟାରେକ ହେଲିପ୍ୟାଡ଼ରେ ଓଲାଇଥିଲେ। ସେଠାରୁ ଗୋଛପଡ଼ାରେ ଥିବା ୧୨୭ ନମ୍ବର ସିଆରପିଏଫ କ୍ୟାମ୍ପକୁ ଯାଇ ଯବାନ ମାନଙ୍କୁ ଆଲୋଚନା କରିଥିଲେ l ସେଠାରେ ଅୟୋଜିତ ଏକ ବୈଠକ ରେ ଯୋଗଦେଇ ମାଓ ଗତି ବିଧିଉପରେ ସମୀକ୍ଷା କରିଥିଲେ lଜିଲାରେ ମାଓ ଦମନ କ୍ଷେତ୍ର ରେ ସି ଆର ପି ଏଫ ଯବାନ ମାନଙ୍କ ଉଲ୍ଲେଖନୀୟ ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ l ଅତିରିକ୍ତ ଏଡିଜିଙ୍କ ଗସ୍ତ ଫଳରେ ଜିଲାରେ ସି ଆର ପି ଏଫ ଯବାନ ମାନଙ୍କ ମନୋବଳ ବୃଦ୍ଧିପାଇବ ବୋଲି କୁହାଯାଉଛି । ଡିଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ l ମାଓ ଅଂଚଳରେ ଏ ଡି ଜି ଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

nis-ad
Leave A Reply

Your email address will not be published.