୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ BEO ଅଫିସର କନିଷ୍ଠ ସହାୟକ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ BEO ଅଫିସର କନିଷ୍ଠ ସହାୟକ । ମୟୂରଭଞ୍ଜ ବଡ଼ସାହି BEO ଅଫିସର କନିଷ୍ଠ ସହାୟକ ବିକ୍ରମ ବେହେରାଙ୍କୁ ଧରିଛି ଭିଜିଲାନ୍ସ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ବାଲେଶ୍ବର ଭିଜିଲାନ୍ସ ଟିମ୍ । ଧରାପଡ଼ିବା ପରେ ବାରିପଦାର ସରକାରୀ କ୍ବାର୍ଟର୍ସ, ବଡ଼ସାହି କାର୍ଯ୍ୟାଳୟ ଏବଂ ଛେଳିଆରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

nis-ad
Leave A Reply

Your email address will not be published.