ଯୁବକଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ (୧୬/୬) : ଗୁରୁବାର ସକାଳେ ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମର ଜୈନିକ ଯୁବକ ପାରିବାରିକ କଳହକୁ କେନ୍ଦ୍ର କରି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ନରହରି ସାହୁ (୨୭) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୧୭/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ଯୁବକ ଜଣଙ୍କ କୈାଣସି କଥାକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ସହିତ କଳି କରିଥିଲେ । ପରେ ପରିବାର ସଦସ୍ୟ ବାହାରକୁ ଯିବା ପରେ ଫେନରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ । ପରିବାର ସଦସ୍ୟ ଘରକୁ ଫେରି ପୁଅର ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

nis-ad
Leave A Reply

Your email address will not be published.