ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବାଲେଶ୍ବରରେ ୧୨ଘଣ୍ଟିଆ ବନ୍ଦ ପାଳନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଆଜି ସକାଳ ୬ଟାରୁ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ୱର ସହର ବନ୍ଦ ପାଳନ କରାଯାଇଛି। ବାଲେଶ୍ବର ଜିଲ୍ଲାରେ ଲଗାତାର ଚୋରି, ଡକାୟତି, ହତ୍ୟା, ରାହାଜାନୀ ସମେତ ମଦ, ଗଞ୍ଜେଇ ଓ ବ୍ରାଉନନସୁଗାର ଭଳି ମାରାତ୍ମକ ନିଶା କାରବାର ବଢିଚାଲିଥିବାବେଳେ ପୁଲିସ୍‌ର ସ୍ଥାଣୁତା ଓ ନିଷ୍କ୍ରିୟତାକୁ ଦାୟୀ କରି ବିଭିନ୍ନ ଗଣସଂଗଠନ ଓ ରାଜନୈତିକ ଦଳ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିଲା ।

ବାଲେଶ୍ବର ଓକିଲ ସଂଘ , ବାଲେଶ୍ବର ସିଭିଲ୍ ସୋସାଇଟି ସମେତ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ବ ଗଣସଂଗଠନ, ସାମାଜିକ ସଂଗଠନ, ଶ୍ରମିକ ଓ ମହିଳା ସଂଗଠନ ପ୍ରଭୃତିଙ୍କ ସମେତ ବିଜେପି, କଂଗ୍ରେସ, ବାମଦଳ ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି।

ବନ୍ଦ ଯୋଗୁଁ ସକାଳୁ ସହରରେ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ଆନ୍ଦୋଳନାକାରୀମାନେ ବନ୍ଦ ଡାକରାକୁ ସଫଳ କରିବାକୁ ସହରର ବିଭିନ୍ନ ଛକ ସମେତ ମୁଖ୍ୟରାସ୍ତାଗୁଡ଼ିକରେ ପିକେଟିଂ କରିଛନ୍ତି ।

nis-ad
Leave A Reply

Your email address will not be published.