କେନାଲରେ ବୁଡି ୩ ବର୍ଷର ଶିଶୁ ମୃତ

କୋଣାର୍କ : ଗୋପରେ ଅଘଟଣ । କେନାଲରେ ବୁଡି ୩ ବର୍ଷର ଶିଶୁପୁତ୍ର ଆୟନ ଖାନ ମୃତ। ପୁରୀ ଜିଲ୍ଲା ଗୋପ ଥାନା ଅଧୀନସ୍ଥ ବସ୍ତି ସାପୁଆ ମହଲରେ ଘରପାଖ କେନାଲରେ ପଡି ୩ ବର୍ଷର ଶିଶୁ ଆୟନ ଖାନର ମୃତ୍ୟୁ ହୋଇଛି । ଗୋପ ବସ୍ତି ସାପୁଆ ମହଲରେ ଶୋକରଛାୟା ଖେଳିଯାଇଛି।

ସୂଚନା ଥାଉକି ବସ୍ତି ସାପୁଆ ସାହିର ସାହାଜାନ୍ ଖାନଙ୍କ ପୁଅ ଆୟନ ଖାନ ରାସ୍ତା ଉପରେ ଖେଳୁଥିବା ବେଳେ ପାଖରେ ଥିବା କେନାଲକୁ ଖସିପଢିଥିଲା । କିଛି ସମୟ ପରେ ପରିବାର ଖୋଜାଖୋଜି କରିବା ପରେ ଶିଶୁଟି କେନାଲରେ ଭାସୁଥିବା ଦେଖି ଗୋପ ମେଡିକାଲ ଆଣିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଶିଶୁ ପୁତ୍ରକୁ ହରାଇ ପରିବାର ଭାଙ୍ଗି ପଡିଥିବା ବେଳେ ଗୋପ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

nis-ad
Leave A Reply

Your email address will not be published.