ଖୋର୍ଦ୍ଧାରୁ ନଗଦ ଟଙ୍କା ସହ ବ୍ରାଉନସୁଗାର ଜବତ, ଯୁବତୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସହର ପାଲଟିଲାଣି ବ୍ରାଉନସୁଗାର ବ୍ୟବସାୟୀଙ୍କ ପେଣ୍ଠସ୍ଥଳ । ଆଉ ଏବେ ଏହି କାରବାରରେ ଯୁବତୀଙ୍କୁ କରାଯାଉଛି ସାମିଲ । କୌଣସି ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ପୋଲିସ ଚଢାଉ କରିଥିଲା । ଗୁରୁଜଙ୍ଗ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରୁଥିବାବେଳେ 21 ଗ୍ରାମ ବ୍ରାଉନସୁଗାର, ନଗଦ 25 ହଜାର 520 ଟଙ୍କା ଓ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ ।

ସେହିଭଳି ଘଟଣାରେ ଜଣେ ଯୁବତୀଙ୍କ ସହ ଅନ୍ୟଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଗୁରୁଜଙ୍ଗ ଅଞ୍ଚଳର ନୃସିଂହ ସିଂ ଏବଂ ଲିପ୍ସା ମହାପାତ୍ର ବୋଲି ପୋଲିସ କହିଛି । ସେପଟେ ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 2 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.