ସହର ଅପେକ୍ଷା ଗ୍ରାମାଞ୍ଚଳରେ ଚାଲିଛି ରଜ ମଉଜ

ମାଲକାନଗିରି : ସହରୀ ଜୀବନର ଚାକଚକ୍ୟ ଭିତରେ ଓ ଟିଭି, ମୋବାଇଲର ମାୟା ଜାଲରେ ବାନ୍ଧି ହୋଇ ପରମ୍ପରା ଓ ଗଣପର୍ବ ଗୁଡିକୁ ଭୁଲି ଯାଇଥିବା ଭଳି ମନେହେଉଛି l ଓଡ଼ିଶାର ପ୍ରମୁଖ ପର୍ବ ମଧ୍ୟରେ ୩ ଦିନ ଧରି ପାଳିତ ହେଉଥିବା ରଜ ପର୍ବ ଅନ୍ୟତମ କିନ୍ତୁ ସହର ଅଞ୍ଚଳରେ ଦିଶୁନାହିଁ ରଜଦୋଳି କି ଶୁଭୁନାହିଁ ରଜ ଗୀତ । ପୂର୍ବ ଭଳି ଆଉ ସହର ଅଞ୍ଚଳରେ ରଜପର୍ବର ଉତ୍ସାହ ଦେଖାଯାଉନାହିଁ l ସହରରେ ନାମକୁ ମାତ୍ର କାଁ ଭାଁ ରଜ ପର୍ବ ପାଳନ ହେଉଥିବା ବେଳେ ଏହାକୁ କିନ୍ତୁ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଳାର ଗ୍ରାମବାସୀ ଆପଣେଇ ନେଇଛନ୍ତି l ଆଜି ପହଲି ରଜରେ ଜିଲ୍ଳା ସଦରରେ ରଜ ଦୋଳି ଶବ୍ଦ ଶୁଭୁନ ଥିବା ବେଳେ ଦଶ ବାର କିଲୋମିଟର ଦୂର ତଣ୍ଡିକ ପଂଚାୟତରେ ରଜର ଉତ୍ସାହ ଦେଖିବାକୁ ମିଳିଛି l ତଣ୍ଡକି ପଞ୍ଚାୟତର ଦାମାଗୁଡ଼ା, ବାହାଲଗୁଡ଼ା, ନାରାୟଣଗୁଡ଼ା ଓ ତଣ୍ଡକି ଗାଁ ଗୁଡିକରେ କିଶୋରୀ ମାନଙ୍କ ମଧ୍ୟରେ ରଜ ପର୍ବର ଉତ୍ସାହ ଦେଖିବାକୁ ମିଳିଛି l କିଶୋରୀ ମାନେ ଗ୍ରାମ ଉପକଣ୍ଠରେ ଏକାଠି ହୋଇ ରଜଦୋଳିର ମଜା ନେବା ସହ ବିଭିନ୍ନ ନାଚ ଗୀତ ମାଧ୍ୟମରେ ଏହି ତିନି ଦିନକୁ ପାଳନ କରିବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି l

nis-ad
Leave A Reply

Your email address will not be published.