ଉପାନ୍ତରେ କୋଟିଆ ଆଦିବାସୀ ସମାଜର ପ୍ରତିଷ୍ଠା ଦିବସ ପାଳିତ…


ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ବଡ଼ପଦର ପଞ୍ଚାୟତ ଅନ୍ତର୍ଭୁକ୍ତ ପଳାସପଦର ଗ୍ରାମ ଠାରେ କୋଟିଆ ଆଦିବାସୀ ବିକାଶ ପରିଷଦ ମାଲକାନଗିରି ତରଫରୁ କୋଟିଆ ସମାଜର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା l ଏଥି ‘ସହିତ କମିଟିର କାର୍ଯ୍ୟକlଳ ତିନି ବର୍ଷ ପୂରଣ ପୂର୍ତ୍ତି ଅବସରରେ ପୂର୍ବ ନିୟମ ଅଧିବେଶନ ଏବଂ ସମସ୍ତ ସଦସ୍ୟ ଙ୍କ ନିଷ୍ପତ୍ତି କ୍ରମେ ସଭାପତି ପରିବର୍ତ୍ତନ ନିମନ୍ତେ

ସଭାପତି ଭାବେ ଶ୍ରୀଯୁକ୍ତ ଟିବୁରାମ ତାଂଗୁଲୁ ପ୍ରସ୍ତାବ ଆଗତ କରିଥିଲେ l ସlମ୍ବିଧାନିକ ନିୟମ ଅନୁଯାୟୀ କମିଟି ପୁନର୍ଗଠନ କରାଯାଉ ବୋଲି ଶ୍ରୀ ତାଂଗୁଲ କହିଥିଲେ l ଏହାପରେ ନୁର୍ତ୍ତନ ସଭାପତି ଶ୍ରୀ ଡାଳବନ୍ଧୁ ପାଙ୍ଗି ଙ୍କ ନାମ ପ୍ରସ୍ତାବ ଦେଇଥିଲେ, କୋଟିଆ ସମାଜ ଏହି ପ୍ରସ୍ତାବ କୁ ଅନୁମୋଦନ କରିବା ସହିତ ନୂତନ ସଭାପତି ଭାବରେ ଘୋଷଣା କରାଯାଇଥିଲା l ଏହାପରେ ଶ୍ରୀଯୁକ୍ତ ଡାଳବନ୍ଧୁ ପାଙ୍ଗି ପୂର୍ବତନ ସଭାପତି ଶ୍ରୀ ତାଂଗୁଲ ଙ୍କ ଠାରୁ ଵିଧିବୋଧ ଭାବରେ ନିଜ ଦାୟୀତ୍ୱ ଗ୍ରହଣ କରିଛନ୍ତି l ତେଣୁ କୋଟିଆ ସମାଜ ତରଫରୁ ଅନେକ ଅନେକ ଶୁଭେଚ୍ଛା ଜଣାଇବା ସହିତ କୋଟିଆ ଆଦିବାସୀ ବିକାଶ ପରିଷଦ କୁ ଆଗେଇ ନେବା ପାଇଁ ସଂକଳ୍ପ ନେଇଛନ୍ତି l

nis-ad
Leave A Reply

Your email address will not be published.