ସିଆର୍ ପିଏଫ୍ ୧୨୭ ବାଟାଲିୟନ ଦ୍ଵାରା ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ

ବାଲିଗୁଡା : ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ଜନ୍ମ ବାର୍ଷିକ ପାଳନ ଅବସରରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଠାରେ ସିଆର୍ ପିଏଫ୍ ୧୨୭ ବାଟାଲିୟନ ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଏହି ଅବସରରେ ସିଆରପିଏଫ୍ ର ଜବାନ ମାନେ ବାଲିଗୁଡ଼ା ର ବସଷ୍ଟାଣ୍ଡ , ମନ୍ଦିର, ପାର୍କ ଏବଂ ଦୈନିକ ବଜାର ଅଞ୍ଚଳରୁ ପ୍ଲାଷ୍ଟିକ୍ ଏବଂ ଆବର୍ଜନା ସଫା କରି ହଟାଇଥିଲେ। ସିଆରପିଏଫ୍ ର ଦ୍ୱିତୀୟ କମାଣ୍ଡେଣ୍ଟ, ଅଫିସର ଏବଂ ୧୨୭ ବାଟାଲିୟନର ଜବାନ, ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ |

ଚଳିତ ବର୍ଷ ଭାରତ ସ୍ୱଚ୍ଛ ଭାରତ ମିଶନ (ଏସବିଏମ୍) ର ଦଶମ ବାର୍ଷିକ ପାଳନ କରୁଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ପ୍ଲାଷ୍ଟିକ ବିନା ପରିବେଶ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା | ସ୍ଵଚ୍ଛ ଭାରତ ମିଶନର ଦଶମ ବର୍ଷ ପାଳନ ପାଇଁ ଏହି ଅଭିଯାନ ଅଧୀନରେ ବିଭିନ୍ନ କାର୍ଯ୍ୟକଳାପର ଅଗ୍ରଗତି ବିଷୟରେ ସଂଗଠନଗୁଡ଼ିକ ସୂଚନା ଦେଇଥିଲେ | ଅଭିଯାନ ସମୟରେ କରାଯାଇଥିବା ଅଫିସ୍ ପରିସରକୁ ନିୟମିତ ପରିଷ୍କାର କରିବା ସହିତ ‘ଏକ ପେଡ୍ ମା କେ ନାମ ‘ ସ୍ୱଚ୍ଛ ପ୍ରତିଶୃତି , ସଚେତନତା ଅଭିଯାନ ରେ ସାମିଲ ହୋଇଛି l

nis-ad
Leave A Reply

Your email address will not be published.