କେଶରୀ ମଲ୍‌ରେ ପୁଣି ଅଗ୍ନିକାଣ୍ଡ

ଭୁବନେଶ୍ୱର: କେଶରୀ ମଲ୍ରେ ପୁଣି ଅଗ୍ନିକାଣ୍ଡ। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ପହଁଚି ନିଆଁ ଲିଭାଇବାକୁ ଉଦ୍ଯମ ଜାରି ରଖିଛନ୍ତି। ତେବେ ଇଲେକ୍ଟିକ୍ ରୁମ୍ ରେ ଥିବା ଷ୍ଟାଣ୍ଡ୍ ଫ୍ୟାନ୍ ରୁ ସଟସର୍କିଟ ହୋଇ ନିଆଁ ଲାଗିଥିବା କୁହାଯାଉଥିବାବେଳେ, ଲୋକଙ୍କ ପାଇଁ ମଲକୁ ବନ୍ଦ କରି ଦିଆଯାଇଛି।

ଏବେ ନିଆଁକୁ ଆୟତ କରାଯାଇଥିବା ସୂଚନାରୁ ଜଣାପଡିଛି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁଲିଭା କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ମେୟର ସୁଲୋଚନା ଦାଶ ପହଞ୍ଚିଥିବା ବେଳେ ଲୋକଙ୍କ ପାଇଁ ବନ୍ଦ କରାଯାଇଛି ମଲ୍ ।

nis-ad
Leave A Reply

Your email address will not be published.