ଶିଶୁ ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଛତ୍ରପୁର : ଶିଶୁ ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଥିସହ ଏନେଇ ଗଣମାଧ୍ୟମର ଗୁରୁ ଦାୟିତ୍ୱ ମଧ୍ୟ ରହିଛି । ରବିବାର ଛତ୍ରପୁର ସ୍ଥିତ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପାଠାଗାରରେ ଭାଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କର୍ମଶାଳାରେ ମୁଖ୍ୟଅତିଥି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏହା କହିଛନ୍ତି । ଶିଶୁ ନିର୍ଯ୍ୟାତନା ସମ୍ବନ୍ଧୀୟ ଖବର ପରିବେଷଣ ବେଳେ ସତର୍କତା ସହ ନିୟମ ପାଳନ କରିବାକୁ ସେ ଉପସ୍ଥିତ ଛତ୍ରପୁର ର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଗଂଜାମ କୁ ଶିଶୁ ଶ୍ରମିକ ମୁକ୍ତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ଏବଂ ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ଡିଆଇପିଆରଓ କହିଥିଲେ । ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ କମିଟି ର ସଦସ୍ୟା ତଥା ଓକିଲ ସିଏଚ୍.ଜ୍ୟୋତି ଯୋଗଦେଇ ଶିଶୁ ଶ୍ରମିକ ଭଳି କୁପ୍ରଥା ବନ୍ଦ ପାଇଁ କମିଟି ବିଭିନ୍ନ ପଦକ୍ଷେପ ନେବା ସହ କାଉନସେଲିଂ କରୁଛି ବୋଲି କହିଥିଲେ । ଭାଇ ଅନୁଷ୍ଠାନ ର ଦେବାନନ୍ଦ ମହନ୍ତ ଏହି କର୍ମଶାଳା ର ଉଦ୍ଦେଶ୍ୟ ଏବଂ ଶିଶୁ ସୁରକ୍ଷା ସମ୍ପର୍କୀୟ ବିଭିନ୍ନ ଦିଗ ଉପରେ ଆଲୋପାତ କରିଥିଲେ । ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ ଶିଶୁ ସୁରକ୍ଷା ସମ୍ପର୍କରେ ଗଣମାଧ୍ୟମ ର କଣ ଭୂମିକା ଓ ଦାୟିତ୍ୱ ରହିଛି ସେସମ୍ପର୍କରେ ବିସୃତ ଭାବେ କହିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ତଥା ସାମାଜିକ କର୍ମୀ ଅରୁଣ କୁମାର ଶତପଥି ତାଙ୍କ ବକ୍ତବ୍ୟରେ ଶିଶୁ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନ୍ ଓ ତାର କାର୍ଯ୍ୟକାରୀ ସମ୍ପର୍କରେ ବିସୃତ ଭାବେ ଆଲେଚନା କରି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁଏଥିପ୍ରତି ସହଯୋଗ ପାଇଁ ସେ କାମନା କରିଥିଲେ । ଶେଷରେ ଛତ୍ରପୁର ପ୍ରେସ କ୍ଲବ ର ସମ୍ପାଦକ ସନ୍ତୋଷ କୁମାର ପାଢୀ ଧନ୍ୟବାଦ ଦେଇଥିଲେ । ଏଥିରେ ଛତ୍ରପୁର ର ସମସ୍ତ ସାମ୍ୱାଦିକ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ

nis-ad
Leave A Reply

Your email address will not be published.