ଜିଲ୍ଲାପାଳଙ୍କ ଅସୁସ୍ଥ ଗାଈର ସେବା କରିବାକୁ ୭ ସରକାରୀ ପ୍ରାଣୀ ଚିକିତ୍ସକଙ୍କୁ ନିର୍ଦ୍ଦେଶ

ଫତେପୁର: ଜିଲ୍ଲାପାଳଙ୍କ ଗୋରୁ-ଗାଈଙ୍କର ଦେହ ଭଲ ନାହିଁ। ତାଙ୍କ ଗାଈ ଅସୁସ୍ଥ ଅଛନ୍ତି। ଆଉ ସେମାନଙ୍କ ଚିକିତ୍ସା ପାଇଁ ୭ ଜଣ ପ୍ରାଣୀ ଚିକିତ୍ସା ଦାୟିତ୍ୱ ଦିଆଯାଇଛି। ଏହି ଡାକ୍ତରମାନଙ୍କର ନାମ ସରକାରୀ ଭାବେ ତାଲିକା ପ୍ରକାଶ ପାଇଛି। ଏହି ପ୍ରାଣୀ ଚିକିତ୍ସକମାନେ ଯାଇ ଜିଲ୍ଲାପାଳଙ୍କ ଗାଈଙ୍କ ସେବା କରିବେ। କଥାଟି ଅଦ୍ଭୁତ ଲାଗୁଥିଲେ ମଧ୍ୟ ଏମିତି ଏକ ବିଚିତ୍ର ନିର୍ଦ୍ଦେଶନାମା ଜାରି ହୋଇଛି। ଉତ୍ତର ପ୍ରଦେଶର ଫତେପୁର ଜିଲ୍ଲାପାଳ ଅନୁପ୍ରିୟା ଦୁବେଙ୍କ ଗାଈଙ୍କ ସେବା ଲାଗି ୭ ଜଣ ଡାକ୍ତରଙ୍କୁ ନିଯୁକ୍ତ କରାଯାଛି। ଆଉ ପୁଣିଥରେ ବାବୁ ମାନଙ୍କର ସାହେବ ଗିରିରକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ଜିଲ୍ଲାପାଳଙ୍କ ପ୍ରତି ଅହେତୁକ ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଯାଇ ଏଭଳି ଏକ ପଦକ୍ଷେପକୁ ଜୋରଦାର ସମାଲୋଚନା କରାଯାଇଛି।
ସୂଚନା ଅନୁଯାୟୀ ଫତେପୁରର ମୁଖ୍ୟ ଭେଟରନାରରି ଅଫିସର ଡ. ଏସକେ ତିୱାରୀ ୭ଜଣ ପ୍ରାଣୀ ଚିକିତ୍ସକଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମାରେ ଗାଈ ଗୁଡ଼ିକର ଡେଲି ଚେକଅପ୍‌ ପାଇଁ ଉଲ୍ଲେଖ ରହିଛି। ଦିନକରେ ସକାଳୁ ଥରେ ଓ ସନ୍ଧ୍ୟାରେ ଥରେ ରୁଟିନ ଚେକଅପ ପାଇଁ ନିର୍ଦ୍ଦେଶ ରହିଛି। ସେହିପରି ଚେକଅପ ପରେ ଏହାର ରିପୋର୍ଟ ନିଜେ ମୁଖ୍ୟ ଚିକିତ୍ସାଅଧିକାରୀ ଡ. ଏସକେ ତିୱାରୀଙ୍କୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଜନୁ ୯ ତାରିଖରେ ଜାରି ହୋଇଥିବା ଡ. ଏସକେ ତିୱାରୀଙ୍କ ଏହି ନିର୍ଦ୍ଦେଶନାମା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ ୨୦୧୭ରେ ମଧ୍ୟ ସମାନଧରଣର ଘଟଣା ଘଟିଥିଲା।
ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ହଜିଯାଇଥିବା ମଇଁଷିକୁ ଖୋଜିବା ପାଇଁ ରାମପୁର ପୁଲିସ ଷ୍ଟେସନର ସମସ୍ତ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ଏହି ଘଟଣାରେ ଅନୁସନ୍ଧାନକାରୀ କୁକୁର ଲଗେଇ ଯାଞ୍ଚ କରିବା ପରେ ପୁଲିସକୁ ସଫଳତା ମିଳିଥିଲା। ଆଜମ ଖାନଙ୍କ ମଇଁଷି ଚୋରି ହୋଇଥିବା ବେଳେ ଅନୁସନ୍ଧକାରକାରୀ କୁକୁର ଦ୍ୱାରା ଧରାପଡ଼ିଥିଲା । ସେହି ଘଟଣା ପରେ ଏବେ ସେହି ଉତ୍ତର ପ୍ରଦେଶର ଜଣେ ଆଇଏସ ଅଧିକାରୀଙ୍କ ଗୋରୁ-ଗାଈ ସେବା ନେଇ ଯେଉଁ ଖବର ଆସିଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏମିତି ଘଟଣା ଭିଭିଆଇପି ସଂସ୍କୃତିର କଳୁସିତ ମାନସିକତା ପଦାରେ ପକାଇଛି । କିଛି ଦିନ ତଳେ ଦିଲ୍ଲୀରେ ଏକ ଷ୍ଟାଡିୟମରେରେ କୁକୁର ବୁଲେଇବା ଘଟଣାରେ ଏକ ଆଇଏସ ଦମ୍ପତିଙ୍କୁ ବଦଳି କରାଯାଇଥିଲା।

nis-ad
Leave A Reply

Your email address will not be published.