ଜଣଙ୍କ ପଟ୍ଟାଜମି ଅନ୍ୟ ଜଣଙ୍କ କବଜାରେ : ଅଭିଯୋଗ କଲେ ମିଳୁଛି ଧମକ

ଫୁଲବାଣୀ -: ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟ ଜଣଙ୍କ ବେଆଇନ କବଜାରେ l ପ୍ରଶାସନ ର ନିର୍ଦେଶ ସତ୍ୱେ ଜାଗା ଖାଲି କରୁ ନି ଜବରଦଖଲକାରୀ l ଖାଲିକରିବାକୁ କହିଲେ ଓଲଟା ଧମକ ଦେଉଛି ଜବରଦଖଲକାରୀ lଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରୁ l ଅଭିଯୋଗ ପ୍ରକାରେ ସୁଶାନ୍ତ କୁମାର ନାୟକ, ପିତା-ମୂର୍ତ-ତ୍ରିନାଥ ନାୟକ, ଗ୍ରାମ – ଗାଲେରୀ, ଜିଲ୍ଲା-ଗଞ୍ଜାମ ନାମକ ଜନୈକ ସରକାରୀ କର୍ମଚାରୀଙ୍କ ନାମରେ କନ୍ଧମାଳ ଜ଼ିଲ୍ଲା ଚକାପାଦ ମୌଜାରେ ଖାତା ନମ୍ବର ୨୪୯/୩୩୧,ପ୍ଲଟ ନମ୍ବର ୧୭୧୭/୩୧୨୩ , ଏରିଆ 0.120 ଆର, ଘରବାରୀ କିସମରେ ରେକର୍ଡଭୁକ୍ତ ଅଛି । ଉକ୍ତ ଜାଗା ଉପରେ ସୁଶାନ୍ତ ଙ୍କ ଅନୁପସ୍ଥିତର ସୁଯୋଗ ନେଇ ଚକାପାଦ ଅଂଚଳ ର ଖଗେଶ୍ୱର ପାତ୍ର ପିତା-ମୁତ-ଆନନ୍ଦ ପାତ୍ର ଏବଂ ତାଙ୍କର ଚାରିପୁଅ, ଚାରିବୋହୁ ମିଶି ବଳ ପୁର୍ବକ ଉକ୍ତ ଘରଵାରି କୁ ଦୀର୍ଘ ବର୍ଷ ଧରି ଜବରଦସ୍ତ ବେଆଇନ ଭାବରେ ମାଡି ବସିଛନ୍ତିl ଏନେଇ ସୁଶାନ୍ତ ନାୟକ ଉପ-ଜିଲ୍ଲାପାଳ, ବାଲିଗୁଡ଼ା ଙ୍କୁ ଜଣାଇଥିଲେ ଏବଂଉପଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାସହ କାଗଜ ପତ୍ରକୁ ତନ୍ନ ତନ୍ନ କରି ଯାଞ୍ଚ କରିବାପରେ ଏହି ଜାଗା ସୁଶାନ୍ତଙ୍କର ବୋଲି ରାୟ ଦେବା ସହ ତୁରନ୍ତ ଜବର ଦାଖଲକାରୀ ଙ୍କୁ ଉକ୍ତ ସ୍ଥାନରୁ ଉଛେଦ କରି ଜାଗା ହସ୍ତାନ୍ତର କରିବା ଲାଗି(OLR, Act 23A Case no.01/2019 ଅନୁଯାୟୀ ପାତ୍ର ସଂଖ୍ୟା -3613 ତାରିଖ-02-12-2020) ଅନୁଯାଇ ଚକାପାଦ ତହସିଲଦାରଙ୍କୁ ନିର୍ଦେଶଦେଇଥିଲେ l
କିନ୍ତୁ ଚକାପାଦ ତହସିଲଦାର ଏ ନେଇ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି l ତେଵେ ବାରମ୍ବାର ଅଭିଯୋଗ ପରେ ଜବରଦଖଲ କାରୀଙ୍କୁ ସୁହାଇଲା ପରି ତହସିଲଦାର ପତ୍ର ସଂଖ୍ୟା.୭୦୫/୨୧ ରେ ତା.15-03-2021 ରିଖଧାର୍ଯ୍ୟ କରି କୁଆଡେ ଉପର ଠାଉରିଆ ଭାବେ ଉଛେଦ କଲେ l କିନ୍ତୁ କୋଭିଡ କଟକଣା ଯୋଙ୍ଗୁ ଜାଗା ମାଲିକ ସୁଶାନ୍ତ ନାୟକ ଘରକୁ ତାଲା ପକାଇ ଚାଲିଯାଇଥିଲେ l ତାଲା ପଡିଥିବାର ସୁଯୋଗ ଉଣ୍ଡି ଜବରଦଖଲକlରି ମାନେ ପୁଣି ସୁଶାନ୍ତଙ୍କ ଘରର ତାଲା ଭାଙ୍ଗି ଅକ୍ତିଆର କରିଆସୁଛନ୍ତି l ଏ ନେଇ ଜାଗା ମାଲିକ ନାୟକ ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରିବାରୁ ଜବର
ଦାଖଲକାରୀ ଫୁଲବାଣୀ ସ୍ଥିତ ଏଡିଏମ, କୋର୍ଟରେ, ବାଲିଗୁଡା ଉପ- ଜିଲ୍ଲାପାଳ, କାରିଥିବା ଆଦେଶ ବିରୋଧରେ ଆବେଦନ କରିଥିଲା ଏଡ଼ିଏମ ସମସ୍ତ ବିଷୟ ଯାଞ୍ଚ ପରେ ନାୟକ ସପକ୍ଷରେ (RMA no.02/2021-OLR-23) ରେ ରାୟ ଶୁଣାଇଥିଲେ l କିନ୍ତୁ ସୁଶାନ୍ତ ନାୟକ ଏଡିଏମ କନ୍ଧମାଳଙ୍କ ନିର୍ଦେଶନାମlର ନକଲ ନେଇ ଜାଗାକୁ ଯିବାରୁ ଜବରଦଖଲ କାରି ମାନେ ତାଙ୍କୁ ବିଭୀନ ମାରଣ ଅସ୍ତ୍ରଧରି ଜାଗା ଛାଡି ଚାଲି ଯିବାକୁ ଧମକ ଦେଇଥିଲେ ଏହି ଭୟରେ ସେଯାଇ ଚକାପାଦ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ନ୍ୟାୟ ମାଗିଥିଲେ l ଯାହା ଏଫ ଆଇ ଆର ନଂ୨୮/୨୨ରୁ ଜଣାପଡିଛି l ଅଭିଯୋଗ କରିବାର ଏକ ମାସରୁ ଉର୍ଧ୍ଵ ସମୟ ବିତି ଯାଇଥିଲେବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗକାରୀ ସୁଶାନ୍ତ କହିଛନ୍ତି l ଏ ନେଇ ସୁଶାନ୍ତ କନ୍ଧ ମାଳ ଜିଲ୍ଲାପାଳ ଏବଂ ଏସପି, କନ୍ଧମାଳଙ୍କୁ ଗୁହାରି ଜଣାଇଛନ୍ତି, କିନ୍ତୁ ସୁଫଳ ମିଳୁନି l ଯଦି ଜଣେ ସରକାରୀ କର୍ମଚାରୀଙ୍କୁ ନ୍ୟାୟ ମିଳୁନି ଗରିବ ଗୁରୁବାଙ୍କ କଥା ପଚା ରେ କିଏ ? ଏହି ଆଇନର ଲମ୍ବା ଲଢେଇରେ ସୁଶାନ୍ତ ଙ୍କୁ ନ୍ୟାୟ ମିଳିବତ ??ଏହାକୁ ନେଇ ଏବେ ଚର୍ଚା ହେଉଛି lସୁଶାନ୍ତଙ୍କୁ ନ୍ୟାୟ ନ ମିଳିଲେ ପରିବାର ଲୋକେ ବାଧ୍ୟ ହୋଇ ଜିଲାପାଳ କାର୍ଯାଳୟଙ୍କ ସମ୍ମୁଖରେ ଅନଶନ ରେ ବସିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି lତେଵେ ସୁଶାନ୍ତଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାର କଥା ? କେବଳ ସୁଶାନ୍ତ ଏକା ନୁହଁନ୍ତି ସୁଶାନ୍ତ ଙ୍କ ଭଳି ଅନେକ ଲୋକକଂ ପଟ୍ଟା ଜମି ଜବରଦଖଲ କାରୀଙ୍କ କବଜାରେ ରହିଛି ଆଉ ନ୍ୟାୟ ପାଇଁ ଆଇନ ଅଦାଲତର ବୁଢିଆଣୀ ଜାଲ ରେ ଛନ୍ଦି ହୋଇପଡିଛନ୍ତି l

nis-ad
Leave A Reply

Your email address will not be published.