ସ୍ୱାଭିମାନ ଅଞ୍ଚଳରେ ୨୯୫ ମିଲିସିଆଙ୍କ ଆତ୍ମସମର୍ପଣ : ଫେରିଲେ ମୁଖ୍ୟ ସ୍ରୋତ କୁ…

ଚିତ୍ରକୋଣ୍ଡା : ମାଲକାନଗିରି ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ଠାରେ ନୂତନ ଭାବେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ। ବିଏସଏଫ କ୍ୟାମ୍ପରେ ପୁଲିସ ଡିଜିଙ୍କ ସମ୍ମୁଖରେ ୫୦ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସମସ୍ତେ ଭବିଷ୍ୟତରେ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅଂଚଳର ବିକାଶରେ ସମସ୍ତେ ଭାଗିଦାର ହେବେ ବୋଲି କହିଥିଲେ। ସମସ୍ତ ଗ୍ରାମବାସୀଙ୍କୁ ପୁଲିସ ଡିଜି ଦୈନନ୍ଦିନ ସାମଗ୍ରୀ ସହ ଲୁଙ୍ଗି, ଶାଢି,କମ୍ବଳ, ଶିଶୁଙ୍କ ପାଇଁ ବହିପତ୍ର, ଯୁବକମାନଙ୍କ ପାଇଁ ଖେଳ ସାମଗ୍ରୀ ପ୍ରଦାନ କରିଥିଲେ । ଆଜି ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ

ପଞ୍ଚାୟତରେ ୨୯୫ରୁ ଉର୍ଦ୍ଧ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ଡାବୁଗୁଡା,ଧାକୋଡ଼ପଦର,ଆର୍ଲିଙ୍ଗପୋଡା ଆଦି ଅଞ୍ଚଳର ସବୁ ଗ୍ରାମବାସୀ ପୂର୍ବରୁ ମାଓ ସଂଘଟନ ପାଇଁ କାମ କରି ଆସୁଥିଲେ । ଯନ୍ତ୍ରୀ ଅଞ୍ଚଳରେ BSF କ୍ୟାମ୍ପ ସ୍ଥାପନ ପରେ ମାଓବାଦୀଙ୍କ ଗଡ ଭୁଶୁଡି ପଡିଲା ଯାହା ଫଳରେ ଅଞ୍ଚଳରେ ହଉଥିବା ବିକାଶକୁ ଦେଖି ଆଜି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏବଂ ଏହି ତିନି ଗ୍ରାମର କିଛି ପୁରୁଷଙ୍କୁ ମାଓବାଦୀ ଦେଇଥିବା ୟୁନିଫୋର୍ମକୁ ନିଆରେ ଜାଳି ଦେଇଥିଲେ ଯୁବକ ମାନେ । ଏବଂ ମାଓବାଦୀ ମୁରଦାବାଦ ନାରା ଦେଇଥିଲେ । ଚିତ୍ରକୋଣ୍ଡା SDPO,ବିଡିଓ ଚିତ୍ରକୋଣ୍ଡା, ଯୋଡ଼ାଆମ୍ବ ଥାନା ଅଧିକାରୀଙ୍କ ଆଗରେ ଏମାନେ ଆତ୍ମ ସମର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.