କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ଗୋଷ୍ଠୀ ବିବାଦର ଅବସାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସ୍ଥିତ କଳିଙ୍ଗ ଜ୍ୟୋତି, ( ଶ୍ରୀ କ୍ଷୀରୋଦ କୁମାର ସାହାଣୀ) କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବୃହତ ଶକ୍ତି ଭାବେ ଉଭା ହୋଇଥିବା ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ରେ ଫାଟ ସୃଷ୍ଟି ହୋଇ ଭୁଲ ବୁଝାମଣା ବଶତଃ ସଭାପତି ଅନାମ କୁମାର ନାୟକଙ୍କ ନେତୃତ୍ୱରେ ଗୋଟିଏ ଜିଲ୍ଲା କମିଟି ଓ ବ୍ରହ୍ମା ବେହେରାଙ୍କ ନେତୃତ୍ୱରେ ଆଉଗୋଟିଏ କମିଟି , ଏଭଳି ଦୁଇଟି ଜିଲ୍ଲା କମିଟି ଗଠିତ ହୋଇ ନିଜ ନିଜ ଭିତରେ ଦୀର୍ଘ ପାଞ୍ଚ ବର୍ଷ ହେବ ଗୋଷ୍ଠୀ ବିବାଦ ରାଗିରହିଥିଲା । ଏହି କରୋନା ମହାମାରୀ ଯୋଗୁଁ ଉଭୟ କମିଟିର ୫ ବର୍ଷ ଅବଧି ସରି ଯାଇଥିଲେ ମଧ୍ୟ ଉଭୟେ ଜିଲ୍ଲା କମିଟିକୁ ନୂତନ ଭାବେ ପୁନର୍ଗଠନ କରିପାରିନ ଥିଲେ । କିଛିଦିନ ତଳେ ଉଭୟ ଗୋଷ୍ଠୀର ବିଚାର ବିମର୍ଶ ପରେ ଉଭୟ ଏକତ୍ରିତ ଭାବେ ଦୁଇଟି କମିଟି କୁ ସମ୍ପୂର୍ଣ୍ଣ ଭାଙ୍ଗିଦେବା ପାଇଁ ନିଷ୍ପତି ପ୍ରକାରେ, ଆଜି ସମସ୍ତ ବ୍ଲକ ଓ ଗ୍ରାମ ପଂଚାୟତ ସ୍ତରୀୟ ସଭାପତି ସମ୍ପାଦକ ଓ ପାଣ ଜାତିର ନେତୃସ୍ଥାନୀୟ ମୁରବି ,ଏବଂକମିଟିର କର୍ମକର୍ତା ମାନଙ୍କ ଉପସ୍ଥିତିରେ ଫିରିଙ୍ଗିଆ ସ୍ଥିତ ବିଜୁ ପଟନାୟକ କଲ୍ୟାଣ ମଣ୍ଡପ ରେ ଆଜି ଗୁରୁବାର ଦିବା ୧୧ ଘଟିକା ସମୟରେ ଏବଂ ଉପସ୍ଥିତ କର୍ମକର୍ତା ସଂମ୍ମୁଖରେ ଦୁହେଁ ମିଶି ଦୁଇଟି ଯାକ ଜିଲ୍ଲା କମିଟି କୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲାକାମିଟି ଗୁଡିକୁ ନୂତନ ଭାବେ ପୁନରଗଠନ କରିବା ପାଇଁ ଜିଲ୍ଲା କମିଟି ରେ ଥିବା ଅଭିଜ୍ଞା ୭ ଜଣଙ୍କୁ ସଦସ୍ୟଙ୍କୁ ନେଇ ଏକ ନୂତନ ଭାବେ ପରିଚାଳନା କମିଟି କାର୍ଯ୍ୟ କରିବାପାଇଁ କ୍ଷମତା ଅର୍ପଣ କରାଯାଇଥିଲା, ଓ ସେମାନେ ହେଲେ ସର୍ବଶ୍ରୀ ସତ୍ୟନାରାୟଣ ବେହେରା, ( ବରିଷ୍ଠ ଆଇନଜୀବୀ ), ମଧୁସୂଦନ ବେହେରା, କ୍ଷୀରୋଦ କୁମାର ସାହାଣୀ , ଚନ୍ଦ୍ର ମୋହନ ନାୟକ, ରାଜେନ୍ଦ୍ର ନାରାୟଣ ବେହେରା, ଦୁଃଶାସନ ବଳିୟାର ସିଂ , ଶ୍ରୀ ବଳଭଦ୍ର ଡିଗାଲ ଓ ପଙ୍କଜ ବେହେରା କୁମ୍ଭାରପଡା ଙ୍କୁ ନେଇ ଏହି ୭ ଜଣିଆ କମିଟି ଗଠନ କରାଯାଇଛି । ଆଗାମୀ ଦିନରେ ନୂତନ ଜିଲ୍ଲା କମିଟି ଗଠନ କରି ସତ୍ୟପାଠ କରେଇବା ପର୍ଯ୍ୟନ୍ତଏହି ନିର୍ବାଚନ କମିଟି ଦାୟିତ୍ୱ ରେ ରହି କାର୍ଯ୍ୟ ତୁଲାଇବେ ବୋଲି ଆଜିର ଅଧିବେଶନ ରେ ନିଷ୍ପତ୍ତି ଗ୍ରହଣ କରାଗଲା | ଏହି ,୭ ଜଣିଆ କମଚଳା କମିଟି ଆଗାମୀ ନୂତନ ଜିଲ୍ଲା କମିଟି ପୁନର୍ଗଠନ ର ସମ୍ପୂର୍ଣ୍ଣ ପ୍ରକ୍ରିୟା ଓ ଇସ୍ତାହାର ପ୍ରକାଶ କରିବେ ଓ ତଦନୁଯାଇ ନିର୍ବାଚନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ରେ ଲାଗିରହିଥିବା ଦୀର୍ଘ ୫ ବର୍ଷର ଗୋଷ୍ଠୀ ବିବାଦର ଆଜି ଅବସାନ ଘଟିଛି ଓ ଉଭୟ ଗୋଷ୍ଠୀର ସଦସ୍ୟ ମାନେ ଏଭଳି ପଦକ୍ଷେପକୁ ଗ୍ରହଣ କରିଛନ୍ତି ଓ ସ୍ୱାଗତ କରିସନ୍ତି ଓ ଏହା ଦ୍ୱାରା ଏକ ଦୁସ୍ଥ ସୁନ୍ଦର ବଳିଷ୍ଠ ପାଣ ସମାଜ ଗଠନ ହୋଇପାରିବ ବୋଲି ଜାତିର ନେତୃସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିଛନ୍ତି । ଆଜିର ବୈଠକରେ ବ୍ଲକ ସଭାପତି ଚନ୍ଦ୍ର ମୋହନ ନାୟକ ଫିରିଙ୍ଗିଆ, ଓ ରାଜେନ୍ଦ୍ର ନାରାୟଣ ନେହେରା, ଚକାପାଦ ଦୁଃଶାସନ ବଳିୟାର ସିଂ କୋଟଗଡ, ପଙ୍କଜ ବେହେରା ଫୁଲବାଣୀ ପୌର ପରିଷଦ, ବଲଭଦ୍ର ଡିଗାଲ ଖଜୁରୀପଡା , ଡ଼ଃ ସୋମନାଥ ବାଘ , ଅରବିନ୍ଦ ନାୟକ ବ୍ରାହ୍ମଣ ପାଦ, ଅଚ୍ୟୁତ ନନ୍ଦ ସେଠି ସାମ୍ବାଦିକ ବିଦୁର ବେହେରା ସାମ୍ବାଦିକ, ଦିଲୀପ ଡିଗାଲ, ନଈରୁତ ଡିଗାଲ ଫିରିଙ୍ଗିଆ, ଶ୍ରୀ ଅନଙ୍ଗ ଦେବ ବେହେରା, ଡାକପାଲା, ଶ୍ରୀ ତ୍ରିନାଥ ମାଝୀ , ଶ୍ରୀ ଅଙ୍ଗଦ ବେହେରା ସମେତ ଅନେକ ବରିଷ୍ଠ ଜାତିପ୍ରେମୀ ଓ ଜାତିର ମାନ୍ୟ ଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଏହାପରେ ଫିରିଙ୍ଗିଆ ବ୍ଲକ ସଭାପତି ଶ୍ରୀ ଚନ୍ଦ୍ର ମୋହନ ନାୟକ ଜିଲ୍ଲା ସଭାପତି ଅନାମ କୁମାର ନାୟକ ,ଓ ବ୍ରହ୍ମା ବେହେରା ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ସାହାଣୀ ଓ ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କୁ ଉପଢୌକନ ଦେଇ ବିଦାୟୀ କାଳୀନ ଦମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।ଦେଖାଯାଉ ଆଗାମୀ ଦିନରେ ଏଭଳି ଅନ୍ତର୍ଦ୍ବନ୍ଦର ଅବସାନ କରି ନୂତନ ଏକକ ଜିଲ୍ଲା କମିଟି ଗଠନ ହୋଇପାରୁଛି କି ପୁରୁଣା ପାଠର ପୁଣି ଆଲୋଚନା ଗେଉଛି ତାହା ଆଗାମୀ ସମୟ କହିବ ,|

nis-ad
Leave A Reply

Your email address will not be published.