ମଜୁରୀ ଟଙ୍କା ପାଇନଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ

ଦାରିଙ୍ଗବାଡି,୮/୬ : କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁଁ ମନରେଗା ଯୋଜନାରେ ଶ୍ରମିକମାନେ ରାସ୍ତା କାମ କରି ଏକ ବର୍ଷ ରୁ ଉର୍ଦ୍ଧ ଦିନ ବିତିଯାଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିଜର ପାରିଶ୍ରମିକ ଟଙ୍କା ପାଇନାହାନ୍ତି । ସିମନବାଡ଼ି ଗ୍ରାମ ପଞ୍ଚାୟତ ସାରୁମାହା ଗ୍ରାମରୁ ଆସିଛି ଏଭଳି ଅଭିଯୋଗ । ଜାତୀୟ ରାଜପଥ ଠାରୁ ସାରୁମାହା ମଶାଣି ରାସ୍ତା କାମରେ ସାରୁମାହା ଗ୍ରାମର କମାର ନାୟକ ଓ ରୁନୁତା ନାୟକ କାମ କରିଥିଲେ । ହେଲେ କମାର ନାୟକ ଓ ରୁନୁତା ନାୟକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମଜୁରୀ ଟଙ୍କା ପାଇନାହାନ୍ତି । ବହୁ ହନ୍ତସନ୍ତ ହେବାକୁ ପଡୁଛି । ଅନ୍ୟପକ୍ଷରେ କାମ ନକରିଥିବା ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଛଡାଯାଇଛି । ଏନେଇ କମାର ଓ ରୁନୁତା ପଞ୍ଚାୟତରେ ବାରମ୍ବାର ଅଭିଯୋଗ କରିଥିବା ସତ୍ୱେ ତାଙ୍କ ଅଭିଯୋଗ କେହି ନଶୁଣିବାରୁ ବୁଧବାର ଦିନ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ଓ ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.