ମା ଠାକୁରାଣୀଙ୍କ ବର୍ଷେକିୟା ମେଳା ଅନୁଷ୍ଠିତ…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଝରୀଗାଁ ବ୍ଲକର ସଣ୍ଡସା ଗ୍ରାମରେ ଆରାଧ୍ୟ୍ୟ ଦେବୀ ମା ଠାକୁରାଣୀଙ୍କ ଆଜି ବର୍ଷେକିୟା ମେଳା ଅନୁଷ୍ଠିତ ହୋଇଯାଇଛି , ଏହି ମେଲାର ମୁଖ୍ୟ ପୂଜାରୀ ମାନେ, ଶ୍ରୀ ପଦୁରାମ ପୂଜାରୀ, ଶ୍ରୀ ଆଶାରାମ ପୂଜାରୀ, ଶ୍ରୀ ଡୁମୋରଦାସ ପୂଜାରୀ, ଶ୍ରୀ ଜୟରାମ ପୂଜାରୀ ଓ ଭକଚନ୍ଦ ଭତ୍ରା ଏମାନଙ୍କ କହିବା କଥା ଏହି ଗାଁର ମା ଠାକୁରାଣୀର ପୂଜା ଭକ୍ତି ଆକାରରେ ଯିଏ କରନ୍ତି ମା ତାଙ୍କର ପରିବାର ପାଇଁ ବର୍ଷ ସାରା କୃପା କରନ୍ତି, ଏହି ମା ଙ୍କ ପୂଜାରେ ଅଞ୍ଚଳ ର ଆଖ ପାଖ ଗାଁ ଚିତାବେଡା, ବେଲୁଆଗୁଡା, ସେଉନାଗୁଡ଼ା ଚାଲାଣଗୁଡା, ଜବାଡୋରି ଓ ଆଖ ପାଖ ବିଭିନ୍ନ ଅଞ୍ଚଳର ଭକ୍ତମାନଙ୍କର ସମାଗମନ ଦେଖିବାକୁ ମିଳି ଥାଏ .ମାଆଙ୍କର ପୂଜା ସଣ୍ଡସା ଗାଁର ସବୁ ପରିବାର ସଦସ୍ୟ ମାନେ ଅତି ଭକ୍ତି ସହିତ ମା ଙ୍କୁ ଗୁହାରି କରି ନିଜ ନିଜ ପରିବାରର ମଙ୍ଗଳ କାମନା କରନ୍ତି , ସଣ୍ଡସା ଗାଁର ମା ଠାକୁରାଣୀଙ୍କ ପୂଜା ଏଥି ପାଇଁ ସେମାନେ କରନ୍ତି କି ଗାଁରେ ମା ଠାକୁରାଣୀ ସମସ୍ତ ପରିବାରର ଙ୍କୁ କଲ୍ୟାଣ କରିବା ସହିତ , ସୁଖୀ ଓ ସମୃଦ୍ଧି ଜୀବନ ପାଇଁ ଆଶ୍ରିବାଦ କରିବେ, ଏହା ପ୍ରତି ବର୍ଷ ଅତି ଧୁମ ଧାମ ରେ ପାଳିତ ହୋଇଥାଏ

nis-ad
Leave A Reply

Your email address will not be published.