ରେକର୍ଡ଼ ଭୋଟରେ ଉପନିର୍ବାଚନ ଜିତିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉପନିର୍ବାଚନ ବାଜିମାରିଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଶୁକ୍ରବାର ଚମ୍ପୱାଟ ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନ ଫଳାଫଳରେ କଂଗ୍ରେସର ନିର୍ମଳା ଗାହତୋରିଙ୍କୁ ୫୫,୦୦୦ ହଜାର ଭୋଟ୍‌ରେ ପରାସ୍ତ କରିଛନ୍ତି ଧାମି । ଏହି ବିଜୟ ସହ ସେ ତାଙ୍କ କାର୍ଯ୍ୟକାଳ ବଜାୟ ରଖିଛନ୍ତି। ମେ’ ୩୧ ତାରିଖରେ ଚମ୍ପୱାଟ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା। ଯେଉଁଥିରେ ପ୍ରାୟ ୬୪ ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟ ଗ୍ରହଣ ହୋଇଥିଲା। ଚମ୍ପୱାଟର ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ନିର୍ମଳା ଗାହତୋରି ୩୨୩୩ଟି ଭୋଟ୍‌ ପାଇଥିବା ବେଳେ ଧାମି ୫୮,୨୫୮ ଭୋଟ୍ ପାଇଛନ୍ତି। ଧାମିଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସରୁ ଗାହତୋରି ଅମାନତ ହରାଇଛନ୍ତି। ଏମିତି କି ବିଶାଳ ଭୋଟ୍‌ ବ୍ୟବଧାନରେ ଜିତି ରେକର୍ଡ଼ କରିଛନ୍ତି ଧାମି।
୨୦୧୨ରେ ସୀତାରଗଞ୍ଜ ଉପନିର୍ବାଚନ ବିଧାନସଭା ନିର୍ବାଚନରେ ବିଜୟ ବହୁଗୁଣା ୪୦,୦୦୦ ଭୋଟରେ ଜିତି ଥିବା ବେଳେ ତାଙ୍କ ରେକର୍ଡ଼ ଭାଙ୍ଗିଛନ୍ତି ଧାମି। ପ୍ରଥମ ପର୍ଯ୍ୟାୟ ଭୋଟ ଗଣନାରେ ଧାମି ଏକପାଖିଆ ଭାବେ ବିଜୟ ଆଡ଼କୁ ମୁହାଁଇଥିବା ବେଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉତ୍ସବ ଆରମ୍ଭ ହୋଇଥିଲା। ବିଜେପି ମୁଖପାତ୍ର ଶାଦବ ଶ୍ୟାମ କହିଛନ୍ତି ଯେ, ଏହା ଏକ ଜାତୀୟ ରେକର୍ଡ। ଆମ ମୁଖ୍ୟମନ୍ତ୍ରୀ ୯୩ ପ୍ରତିଶତ ଭୋଟ୍ ହାସଲ କରିଛନ୍ତି। ବିଧାନସଭାର ସଦସ୍ୟ ହେବା ପାଇଁ ଧାମିଙ୍କୁ ଉପନିର୍ବାଚନରେ ଅବତୀର୍ଣ୍ଣ ହେବାକୁ ପଡ଼ିଥିଲା। ଫେବୃଆରୀରେ ଅନୁଷ୍ଠିତ ରାଜ୍ୟ ବିଧାନ ସଭା ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦୀ ଖତିମାଙ୍କଠାରୁ ଧାମି ହାରି ଯାଇଥିଲେ। ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲେ ମଧ୍ୟ ନିବର୍ରାଚିତ ପ୍ରତିନିଧି ହେବା ପାଇଁ ଜରୁରୀ ଥିଲା।
ଧାମି କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର କିଛି ସମୟ ପରେ ତତ୍କାଳୀନ ଚମ୍ପୱାଟ ବିଧାୟକ କୈଳାସ ଚନ୍ଦ୍ର ଗାହତୋରି ନିଜ ଆସନ ଛାଡ଼ି ଦେଇଥିଲେ। ସେଠାରେ ଧାମିଙ୍କୁ ଉପନିର୍ବାଚନଆଚନ ପ୍ରତିଦ୍ୱନ୍ଦିତା ପାଇଁ ଅଫର ଦେଇଥିଲେ କୈଳାସ ଚନ୍ଦ୍ର।
କୈଳାସ ଚନ୍ଦ୍ର ଏପ୍ରିଲ ୨୧ରେ ନିଜ ଆସନରୁ ଇସ୍ତଫା ଦେଇଥିଲେ। ଉପ-ନିର୍ବାଚନ ପ୍ରଚାର ପାଇଁ ଧମାଙ୍କ ସହ ସାମିଲ ହୋଥିଲେ କୈଳାସ ଚନ୍ଦ୍ର। ତାଙ୍କ ସହ ସେ ବିଭିନ୍ନ ସଭା ଓଶୋଭାଯାତ୍ରା ଯାଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଧାମିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟ୍ୱିଟ୍‌ କରି କହିଛନ୍ତି ଯେ, ମୁଁ ନିଶ୍ଚିତ ଯେ ଉତ୍ତରପ୍ରଦେଶର ଅଗ୍ରଗତି ପାଇଁ ସେ ଆହୁରି କଠିନ ପରିଶ୍ରମ କରିବେ। ଚମ୍ପୱାଟର ଲୋକେ ବିଜେପି ଉପରେ ବିଶ୍ୱାସ କରିଥିବାରୁ ମୁଁ ଧନ୍ୟବାଦ ଜଣାଉଥିବା ମୋଦି କହିଛନ୍ତି।

nis-ad
Leave A Reply

Your email address will not be published.