କାର୍ତ୍ତି ଚିଦାମ୍ବରମଙ୍କ ଆଗୁଆ ଜାମିନ ଖାରଜ

ନୂଆଦିଲ୍ଲୀ: ଭିସା ଦୁର୍ନୀତିରେ ଫସିଥିବା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ ତଥା ସାଂସଦ କାର୍ତ୍ତି ଚିଦାମ୍ବରମକୁ ମିଳିବନି ଆଗୁଆ ଜାମିନ। ମାମଲାର ଶୁଣାଣି କରି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ କାର୍ତ୍ତିଙ୍କର ଏହି ଆବେଦନକୁ ଖାରଜ କରିଦେଇଛନ୍ତି। କାର୍ତ୍ତିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିବା ପରେ କୋର୍ଟ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। କାର୍ତ୍ତି ମାମଲାରେ କୋହଳ ପାଇଁ ତାଙ୍କର ଅନ୍ତରୀଣ ଯାମିନକୁ ଆହୁରି ୭ଦିନ ଘୁଞ୍ଚାଇବାକୁ ଆବେଦନ କରିଥିଲେ। ଜବାବରେ ଇଡି ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ଇଡି କହିଛି ଯେ, ତାଙ୍କୁ ଅନ୍ତରୀଣ ଜାମିନ ପୂର୍ବରୁ ମିଳିସାରିଛି ।
ଏବେ ଏହାକୁ ବଢ଼ାଇବା ପୁଣି ଜାମିନ ଦେବା ସହ ସମାନ ବୋଲି ଇଡି କହିଥିଲା। ପରେ କୋର୍ଟ ତାଙ୍କର ଏହି ଆବେଦନକୁ ଖାରଜ କରିବା ସହ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ସୂଚନା ଥାଉ କି ପଞ୍ଜାବରେ ଏକ ବିଦ୍ୟୁତ କମ୍ପାନୀରେ କାମ କରୁଥିବା ୨୫୦ ଜଣ ଚୀନ୍‌ ନାଗରିକଙ୍କୁ ଗୃହମନ୍ତ୍ରାଳୟ ତରଫରୁ ଭିସା ଜାରି କରାଯାଇଥିଲା। ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଏହି ମାମଲା ୨୦୧୧ରେ ସାମ୍ନାକୁ ଆସିଥିଲା।
ଚାଇନାର ନାଗରିକଙ୍କୁ ଏକ ମାସ ମଧ୍ୟରେ ଭିସା ପ୍ରଦାନ କରାଯାଇଥିଲା, ଯାହା ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିଲା। ଚେନ୍ନାଇରେ ଜଣେ ବ୍ୟକ୍ତି ଏବଂ ବିଦ୍ୟୁତ କମ୍ପାନୀ ଅଧିକାରୀଙ୍କ ମଧ୍ୟରେ ସାକ୍ଷାତ ପରେ ଏହି ଭିସା ଆବେଦନ କରାଯାଇଥିଲା ଚାଇନା ଭିସା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରିଛି।

nis-ad
Leave A Reply

Your email address will not be published.