ଭିଜିଲାନ୍ସ ଜାଲରେ ଅନୁ ସଚିବ, ୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅନୁସଚିବ । ଲାଞ୍ଚ ନେଇ ଧରାପଡ଼ିଲେ ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ । ଯୋଜନା ଓ ସଂଯୋଜନ ବିଭାଗ ଅନୁସଚିବ ଅଛନ୍ତି ପୂର୍ଣ୍ଣଚନ୍ଦ୍ର ସାହୁ । ଏକ କାର୍ଯ୍ୟ କରିବା ବଦଳରେ ଲାଞ୍ଚ ମାଗୁଥିଲେ ପୂର୍ଣ୍ଣଚନ୍ଦ୍ର । ଅଭିଯୋଗ ପାଇ ପୂର୍ବ ସୂଚନା ମୁତାବକ ଜଗି ରହିଥିଲେ ଭିଜିଲାନ୍ସ ଅଧିକାରୀ ।

ମିଳିଥିବା ସୂଚନା ମୁତାବକ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ । ଲାଞ୍ଚ ନେବାବେଳେ ସେହି ସମୟରେ ଧରିଲା ଭିଜିଲାନ୍ସ । କମ୍ପ୍ୟୁଟର ବିଲ ପାସ୍ କରାଇଦେଇବାକୁ ନେଉଥିଲେ ଲାଞ୍ଚ । ଲାଞ୍ଚ ଅର୍ଥ ଜବତ କରି ଅଧିକ ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ ।

nis-ad
Leave A Reply

Your email address will not be published.