କୁଆଁରି ଟେଣ୍ଡର ମାମଲାରେ ଫିକ୍ସିଂ ସନ୍ଦେହ ଅଭିଯୋଗ : ପ୍ରଶାସନ ନିରବ ଦ୍ରଷ୍ଟା…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ

ମାଲକାନଗିରି : ମାଲକାନଗିରି ତହସିଲରେ ପୁଣି ପଥର କୁଆଁରୀ ଟେଣ୍ଡରକୁ ନେଇ ସନ୍ଦେହ ପ୍ରକାଶ ପାଇଛି l ଗନ୍ଦୀପାଲି ସ୍ଥିତ ପଥର କୁଆଁରୀର ଟେଣ୍ଡର ନିମନ୍ତେ ଗତ ଏପ୍ରିଲରେ ବିଜ୍ଞାପନ ବାହାରି ଥିଲା l ଏଥିପାଇଁ ଚାରିଜଣ ଆବେଦନ କରିଥିବା ବେଳେ ଆଜି ଟେଣ୍ଡର ବକ୍ସ ଖୋଲିବାକୁ ଦିନ ଧାର୍ଜ୍ୟ ହୋଇଥିଲା କିନ୍ତୁ ବକ୍ସ ଖୋଲିବା ପୂର୍ବରୁ ଜଣେ ଆବେଦନକାରି ଟେଣ୍ଡର ପେପର ରହିଥିବା ବନ୍ଦ ଲଫପାକୁ ନ ଖୋଲିବାକୁ ଲିଖିତ ଭାବେ ତହସିଲଦାରକୁ ଦେଇଥିଲେ l ତେଣୁ ଉକ୍ତ ଆବେଦନ ପାତ୍ର ଟି ଖୋଲା ଯାଇନଥିଲା l ବଳକା ତିନଟି ଲଫପା ଖୋଲାଯାଇଥିଲା l ଏଠାରେ ପ୍ରଶ୍ନ ଉଠୁଛି ଯଦି ଆବଶ୍ୟକ ନଥିଲା ତାହାଲେ କହିକି ଆବେଦନ କରିଥିଲେ l ଯଦି ଆବେଦନ କରିଥିଲେ ତେବେ କହିକି ଶେଷ ମୁହୂର୍ତ୍ତରେ ଲଫାପା ନ ଖୋଲିବାକୁ ତହସିଲଦାରକୁ ଦେଇଥିଲେ l ଯାହା ସନ୍ଦେହକୁ ଅଧିକ ଘନୀଭୂତ କରୁଛି l ତେବେ ତହସିଲଦାର ଶ୍ରୀ ପରିଡ଼ାକୁ ପଚାରିବାରୁ ନିୟମ ଅନୁଯାୟୀ ଲଫାପା

ଖୋଲାଯାଇନଥିଲା ବିଡର ଯଦି ଟେଣ୍ଡର ପେପର ଖୋଲିବା ପୂର୍ବରୁ ଲିଖିତ ଦିଅନ୍ତି ତେବେ ଲିଫପା ଖୋଲାଯିବନାହିଁ l କିନ୍ତୁ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନକୁ ପଚାରିବାରୁ ଏଭଳି ହୋଇପାରିବନାହିଁ ବୋଲି କହିଛନ୍ତି l ଦୁଇ ପ୍ରଶାସନିକ ଅଧିକାରୀ ଙ୍କ ବିବୃତି ରେ ତାଳମେଳ ରହୁଁ ନଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି l ପୂର୍ବରୁ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ୭ ଟି ପଥର କୁଆଁରିକୁ ଜଣେ ଆବେଦନଙ୍କ ହାତରେ ଟେକି ଦେଇଥିଲେ l ଏହାକୁ ନେଇ ଗଣମାଧ୍ୟରେ ଖବର ପ୍ରକାଶ ପାଇବା ପରେ ଫିକ୍ସିଙ୍ଗ ପଦାରେ ପଡିଥିଲା ଏବଂ ଜିଲ୍ଲାପାଳ ମଧ୍ୟ ବଦଳି ହୋଇଥିଲେ l ସୂଚନାଯୋଗ୍ୟ ଗନ୍ଦୀପାଲି ପଥର କୁଆଁରୀକୁ ଜଣେ ବ୍ୟକ୍ତି ବହୁ ବର୍ଷ ହେବ ନିଜ ଅକ୍ତିଆରେ ରଖିଛନ୍ତି l ଏବେ ଦେଖିବାକୁ ବାକି ରହିଲା ଅତିରିକ୍ତ ଜିଲ୍ଲାପାଳ ଏହି ସନ୍ଦେହ ଜନକ ପ୍ରସଙ୍ଗରେ କେଉଁ ଭୋଳି ପଦକ୍ଷେପ ନେଉଛନ୍ତି l

nis-ad
Leave A Reply

Your email address will not be published.