ମୋ ସ୍କୁଲ ଅଭିଯାନ ବୈଠକ

ଦାରିଙ୍ଗବାଡି,(୨/୬) : ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନର ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଦେଶୀ ନାୟଙ୍କ ଅଧକ୍ଷତା କ୍ରମେ ବୈଠକ ଆୟୋଜନ ହୋଇଥିବା ବେଳେ ମୋ ସ୍କୁଲ ଅଭିଯାନର ସଭାପତି ଏସ.ସୁନୀଲ କୁମାର ସୁବୁଦ୍ଧି ଏହାର ପରିଚାଳନା କରିଥିଲେ । ମୋ ସ୍କୁଲ ଅଭିଯାନ ନାମରେ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ କିଛି ଟଙ୍କା ଜମା କରିବା ପାଇଁ ପୁରାତନ ଛାତ୍ରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ କିଛି ପୁରାତନ ଛାତ୍ର ଆର୍ଥିକ ରାଶି ପ୍ରଦାନ କରିଥିଲେ । ସରକାରଙ୍କ ନିୟମ ପ୍ରକାରେ ମୋ ସ୍କୁଲ ଅଭିଯାନ ଆକାଉଣ୍ଟରେ ଯେତେ ଟଙ୍କା ଜମା ହେବ ତାରି ଦୁଇ ଗୁଣା ଟଙ୍କା ସରକାର ପ୍ରଦାନ କରିବେ । ଉକ୍ତ ଟଙ୍କା ସ୍କୁଲର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଖର୍ଚ ହେବ । ଆସନ୍ତା ୨୬ ତାରିଖ ଦିନ ଆଗାମୀ ବୈଠକ ହେବା ନେଇ ନିଷ୍ପତି ନିଆଯାଇଥିବା ବେଳେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଉକ୍ତ ବୈଠକରେ ଯୋଗଦେବା ପାଇଁ ନିଷ୍ପତି ହୋଇଥିଲା ।

nis-ad
Leave A Reply

Your email address will not be published.