ବନ୍ଦ ଘରୁ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ବର: ଭୁବନେଶ୍ବର ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ଏକ ଘରୁ ମୃତଦେହ ମିଳିଛି। ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ତଦନ୍ତ ଚଳାଇଛି । ଖବର ଅନୁଯାୟୀ, ମୃତ ଯୁବକଙ୍କ ଘର ନରସିଂହପୁର ବ୍ଳକ ଶ୍ରଦ୍ଧାପୁର ପଂଚାୟତ୍ତତ ସୁକାଟୋ ଗାଁରେ । ତେବେ ସେ ଭୁବନେଶ୍ୱରରେ ଭଡ଼ା ଘରେ ରହୁଥିଲେ ।

ତାଙ୍କ ନାଁ ଦୀପକ ବେହେରା ଓ ତାଙ୍କ ବୟସ ୧୯ ବର୍ଷ । ସେ ଭୁବନେଶ୍ବରର ଏକ ଘରୋଇ କଲେଜରେ ମ୍ୟାନେଜମେଣ୍ଟ କୋର୍ସ କରୁଥିଲେ। ମାତ୍ର ତିନି ଦିନ ହେବ ଭଡ଼ାରେ ରହୁଥିବା ଦୀପକ ମୃତଦେହ ଏମିତି ଅବସ୍ଥାରେ ମିଳିବା ଅନେକ ପ୍ରକାର ପ୍ରଶ୍ନ ଉଠାଇଛି । ତେବେ ତାଙ୍କର ମୃତ୍ୟୁ ହୋଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ଖୋଳତାଡ଼ କରୁଛି ପୋଲିସ । ଏପିରିକି ୩ ଦିନ ତଳୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ପୋଲିସ୍‌ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍‌୍‌ର ସହଯୋଗ ନିଆଯିବ ବୋଲି ପୋଲିସ କହିଛି । ଅନ୍ୟପଟେ ମାନସିକ ଚାପରେ ପଡି ଦୀପକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

ଆଉ ଗୋଟିଏ କଥା ଚର୍ଚ୍ଚା ହେଉଛି କି ଦୀପକ ଏକ ସଂସ୍ଥାରେ କାମ କରୁଥିଲେ । କ୍ୟାମେରା ବିକ୍ରିକୁ ନେଇ ତାଙ୍କର ଜଣେ ବ୍ୟକ୍ତିଙ୍କ ସହ ଝଗଡା ହୋଇଥିଲା । କ୍ୟାମେରା ନେଇଥିବା ବ୍ଯକ୍ତି ବିଲ ଦେଲେ ପଇସା ଦେବି କହି ଦୀପକର ଫୋନ ନେଇ ଯାଇଥିଲା।
ଏପରିକି ମାରିଦେବା ବୋଲି ଧମକ ମଧ୍ୟ ଦେଇଥିଲା ବୋଲି ଘର ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ ବୋଲି ପାରିବାର ସଦସ୍ୟ ଦାବି କରିଛନ୍ତି। ତେବେ କ୍ୟାମେରା ପାଇଁ ଦୀପକଙ୍କର ଜୀବନ ଚାଲିଗଲା ନ ଏହି ହତ୍ୟା ବା ଆତ୍ମହତ୍ୟା ପଛରେ ଅନ୍ୟ କିଛି କାରଣ ରହିଛି ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡ଼ିବ ।

nis-ad
Leave A Reply

Your email address will not be published.