ଧାନ ମିଲ୍ ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ, ମିଲ କୁଣ୍ଡା ଯୋଗୁଁ ଦୂଷିତ ହେଉଛି ପାଣି ପବନ ଚକ୍ଷୁ ଓ ଚର୍ମରୋଗ ଆକ୍ରାନ୍ତ ଅଭିଯୋଗ
ପାତ୍ରପୁର : ପାତ୍ରପୁର ତହସିଲ ଅନ୍ତର୍ଗତ ଗୁଣ୍ଡୁରା ଗ୍ରାମରେ ଅବସ୍ଥାପିତ ସାଇ ସାରଥୀ ରାଇସ ମିଲ୍ ର ନିର୍ଗତ କୁଣ୍ଡା ଯୋଗୁଁ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ର ସମ୍ମୁଖୀନ ହେଉଛନ୍ତି। ଏହି ମିଲ୍ ର ଚତୁର୍ଦ୍ଦିଗ ରେ ଅଙ୍ଗନୱାଡ଼ି କେନ୍ଦ୍ର, ଶିବ ମନ୍ଦିର, ପୋଖରୀ ,ବିଦ୍ୟାଳୟ, ପୋଷ୍ଟ ଅଫିସ, ଜନସେବା କେନ୍ଦ୍ର, ରହିଥିବା ବେଳେ ପନ୍ଦରା ସାହି , ନୂଆସାହି ଲାଗି ରହିଛି।ଗ୍ରାମ୍ୟ ପୋଖରୀ ରେ ଦୈନନ୍ଦିନ ୩ ଶହ ପରିବାର ର ଜନସାଧାରଣ ସ୍ନାନ କରନ୍ତି । ମିଲ୍ ର ନିର୍ଗତ କୁଣ୍ଡା ପାଣି ରେ ମିଶି ଦୂଷିତ ହେଉଥିବା ବେଳେ ଲୋକେ ଚର୍ମ ରୋଗ ର ଶିକାର ହେଉଛନ୍ତି। କିଛି ବୃଦ୍ଧ ବୃଦ୍ଧା କୁଣ୍ଡା ଲାଗି ଚକ୍ଷୁ ରୋଗ ର ମଧ୍ୟ ଶିକାର ହେଉଛନ୍ତି। ଅଙ୍ଗନୱାଡ଼ି କେନ୍ଦ୍ର କୁ ପିଲାମାନେ ମୁହଁ ଘୋଡାଇ ଯାଉଥିବା ବେଳେ ଗୃହ ର କବାଟ ବନ୍ଦ କରି ପିଲାମାନେ ପାଠ ପଢୁଛନ୍ତି।ଏହି ମିଲ୍ ନିକଟରେ ସ୍କୁଲ ଥିବା ଯୋଗୁଁ ପିଲାମାନେ ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ର ଶିକାର ହେଉଛନ୍ତି। ଜନସେବା କେନ୍ଦ୍ର ଓ ମନ୍ଦିର କୁ ଆସୁଥିବା ଲୋକଙ୍କ ସମେତ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯତ୍ରି ମାନେ ମଧ୍ୟ ହଇରାଣ ହେଉଛନ୍ତି। ନୂଆ ସାହି, ପନ୍ଦରା ସାହିର ଲୋକଙ୍କ ଖାଇବା ଥାଳି ରେ ମଧ୍ୟ କୁଣ୍ଡା ପଡ଼ୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ମିଲ୍ ମାଲିକ ଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ମିଲ ମାଲିକ କର୍ଣ୍ଣପାତ କରୁନାହାନ୍ତି। ଏହିଭଳି ଗମ୍ଭୀର ସମସ୍ୟା କୁ ପାତ୍ରପୁର ତହସିଲଦାର, ଉପଜିଲ୍ଲାପାଳ, ପୃଦୂଷଣ ନିର୍ଦ୍ଦେଶକ ପ୍ରମୁଖ ଙ୍କୁ ଗ୍ରାମବାସୀ ଅଭିଯୋଗ ପତ୍ର ପ୍ରେରଣ କହିଛନ୍ତି। ବିଧିବଦ୍ଧ ତଦନ୍ତ କରି ଜିଲ୍ଲାପାଳ ଙ୍କ ଦୃଷ୍ଟିକୁ ନିଆଯିବ ବୋଲି ତହସିଲଦାର ଅମିତ୍ କୁମାର ନାୟକ ପ୍ରକାଶ କରିଛନ୍ତି।