ନବରଙ୍ଗପୁର ଠାରେ ଧରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ ପାଳିତ…
ନବରଙ୍ଗପୁର ତା. ୧୫ .୧୧ .୨୦୨୪ ରିଖ ଆଜି ପୂର୍ବାହ୍ନ ୯.୦୦ ଘଣ୍ଟା ସମୟରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆଠାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ସ୍ଵାଧୀନତା ସଂଗ୍ରାମର ମହାନ୍ ସଂଗ୍ରାମୀ ତଥା ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡା ଙ୍କ ମହାନତା, ଉତ୍ସର୍ଗ ଓ ଦେଶ ପ୍ରତି ତଥା ଜନଜାତି ପ୍ରତି ତାଙ୍କର ଅବଦାନ କୁ ଦେଶ କୃତଜ୍ଞ ହୋଇ ୨୦୨୧ ମସିହା ରୁ ଏହି ଦିବସ ପାଳନ କରିଆସୁଅଛି।ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାର ଦଶଟି ବ୍ଲକ ରୁ ପ୍ରାୟ ୩୦୦୦ ହିତାଧିକାରୀ ମାନେ ଯୋଗଦାନ କରିଥିଲେ ଓ ଏହି ସଭାରେ ସମ୍ମାନୀତ ଅତିଥି ଭାବେ ମାନ୍ୟବର ବିଧାୟକ , ନବରଙ୍ଗପୁର ଗୌରି ଶଙ୍କର ମାଝୀ ମାନ୍ୟବର ବିଧାୟକ ଡ଼ାବୁ ଗାଁ ମନୋହର ରନ୍ଧାରୀ , ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ( ରେଭିନ୍ୟୁ)ନବୀନ ଚନ୍ଦ୍ର ନାୟକ,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ମିଶ୍ର,ଅଧ୍ୟକ୍ଷ,ପୌରପାଳିକା କୁନୁ ନାୟକ ଙ୍କ ଉପସ୍ଥିତି ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବିଧାୟକ ଗୌରି ମାଝି ଙ୍କ ଦ୍ୱାରା ଭଗବାନ ବିର୍ସା ମୁଣ୍ଡା ଙ୍କ ଫଟୋ ଚିତ୍ର ସହ ମହାତ୍ମା ଗାନ୍ଧୀ ଏବଂ ବାବା ସାହେବ ଆମ୍ବେଦକର ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି ଜନଜାତୀୟ ଦିବସ ର ଶୁଭାରମ୍ଭ କରାଯାଇଥିଲା। ଭଗବାନ ବିର୍ସା ମୁଣ୍ଡା ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ସହ ତାଙ୍କର ମହାନତା,ଦେଶ ପାଇଁ ବଳିଦାନ ବିଶେଷ କରି ଆଦିବାସୀ ମାନଂକ ପାଇଁ ସ୍ବର ଉତୋଳନ କୁ ମନେ ପକାଇ ଆଲୋଚନା କରାଯାଇଥିଲା। ଏହି ଉପଲକ୍ଷେ ଜିଲ୍ଲା ର ବିଭିନ୍ନ ସରକାରୀ ବିଭାଗ ମାନଙ୍କ ତରଫରୁ ହିତାଧିକାରୀ ମାନଙ୍କୁ ସରକାରୀ ଯୋଜନାର ସହାୟତା/ଅଧିକାର/ପରିଚୟ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ର ଜନଜାତି ସମାଜର ବିଶିଷ୍ଟ ବ୍ୟକ୍ତି ତଥା ଶିକ୍ଷାବିତ /ପ୍ରଶାସନିକ/ ସମାଜ ସେବା / ସ୍ଵାସ୍ଥ୍ୟ ସେବା କୃତିତ୍ୱ ଅର୍ଜନ କରିଥିବା ଜନଜାତି ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ଜନ ଜାତିୟ ଗୌରବ ଦିବସ ପାଳନ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ସହ ମନ୍ତ୍ରୀ ଙ୍କ ଅଭିଭାଷଣ କୁ ମଧ୍ୟ ସିଧା ପ୍ରସାରଣ ରେ ସମସ୍ତେ ଦେଖିଥିଲେ।ପରେ ପରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ବିହାର ର ଜାମୁଇ ଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ରେ ଯୋଗଦାନ , ୬୬୦୦ କୋଟି ବିଭିନ୍ନ ଜନ କଲ୍ୟାଣ ଯୋଜନା ତଥା ଉନ୍ନତିମୂଳକ କାର୍ଯ୍ୟ ର ଶିଳାନ୍ୟାସ ଓ ଅଭିଭାଷଣ ର ସିଧା ପ୍ରାସାରଣ ମାଧ୍ୟମରେ ଯୋଡି ହୋଇ ଉପସ୍ଥିତ ସମସ୍ତେ ଦେଖିଥିଲେ । ଆମ ଜିଲ୍ଲା ନବରଙ୍ଗପୁର ର ୧୬୩ ଟି ଗ୍ରା ମପଞ୍ଚାୟତ ର ୫୩୬ ଟି ରାଜସ୍ଵ ଗ୍ରାମରେ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଆନୁକୂଲ୍ୟରେ ସ୍ଵତନ୍ତ୍ର ଗ୍ରାମ ସଭାର ଆୟୋଜନ କରାଯାଇଅଛି ,ଯାହାକୁ ନଭେମ୍ବର ୧୫ ତାରିଖ ଠାରୁ ନଭେମ୍ବର ୨୬ ତାରିଖ ମଧ୍ୟରେ ଶେଷ କରିବା ସକାଶେ ସ୍ତିରୀକୃତ ହୋଇଅଛି ।ଏହା ଜନଜାତି ମାନଙ୍କର ସହ ଜ ଡିତ ବିଭିନ୍ନ ସମସ୍ୟା ର ସମାଧାନ ଓ ସରକାରୀ ଆଭିମୁଖ୍ୟରେ ପୂର୍ଣତା ଆଣିବା , ଅପହଞ୍ଚ ଅଞ୍ଚଳରେ ପହଞ୍ଚିବା , ଉପଲବ୍ଧ ସେବା ସମୂହରେ ପରିପୂର୍ଣତା ଆଣିବା ଯଥା ନିରାପଦ ବାସସ୍ଥାନ ,ବିଶୁଦ୍ଧ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା , ଉନ୍ନତ ଶିକ୍ଷା ର ସୁଯୋଗ ସ୍ଵାସ୍ଥ୍ୟ ଓ ପୁଷ୍ଟି , ସଡ଼କ ଏବଂ ଦୁରସଞ୍ଚାର ସଂଯୋଗୀକରଣ , ବୈଦୁତିକରଣ , ସ୍ବଚ୍ଛ ଏବଂ ନବୀକରଣ ଯୋଗ୍ୟ ଶକ୍ତି ର ପ୍ରୋତ୍ସାହନ ଓ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ପ୍ରଦାନ କରିବା । ଆୟୋଜିତ ସ୍ଵତନ୍ତ୍ର ଗ୍ରାମ ସଭାରେ ବିଶେଷ କରି ପେଶା ଆଇନ ଓ ଜଙ୍ଗଲ ଜମି ଅଧିକାର ଆଇନ ବିଷୟ ରେ ଆଲୋଚନା କରି ଜନଜାତି ସମାଜ ଙ୍କୁ ଅବଗତ ଓ ସଚେତନତା କରାଯାଉଛି। ବିଭିନ୍ନ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କୃଷି, ସମାଜ ମଙ୍ଗଳ, ସ୍ୱାସ୍ଥ୍ୟ,ଜୀବିକା ମିଶନ,ଆଧାର କାର୍ଡ ଅପଡେଟ ର ଷ୍ଟଲ ଖୋଲାଯାଇ ସମସ୍ତଙ୍କୁ ବିଭିନ୍ନ ସ୍କିମ ବିଷୟରେ ସଚେତନ କରାଯାଇଥିଲା।ଅତିଥିଙ୍କ ଦ୍ଵାରା ହିତାଧୀକାରୀ ମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ,ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ପ୍ରକଲ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରାଜୀବ ସାହୁ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ର ପରିଚାଳନା ଓ ଆୟୋଜନ କରିଥିଲେ।ଏହି କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ,ସହରର ବୁଦ୍ଧିଜୀବୀ,ଜନସାଧାରଣ, ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।