ମରଣ ଯନ୍ତା ପାଲଟିଛି ରାସ୍ତା: ନିଘୋଡ଼ ନିଦରେ ପ୍ରଶାସନ…


ବାଲିମେଳା:-ଦୀର୍ଘ ତିନି ରୁ ଚାରିମାସ ହେଲା ଭଗ୍ନାବସ୍ଥା ରେ ପଡ଼ି ରହିଛି ପୋଷ୍ଟ୍ ଅଫିସ୍ ଲାଇନ ଏବଂ ଡ୍ରାଇଭର ଲାଇନ୍ କୁ ସଂଯୋଗ କରୁଥିବା କଲଭଟ୍ । ଇତି ମଧ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନ ଯଦିଓ ବିତି ଯାଇଛି ତଥାପି ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ଏହି ଘଟଣାକୁ ନେଇ କୌଣସି ସମ୍ୱେଦନତା ଦେଖିବାକୁ ମିଳି ପାରିନି । ଏହା ଖୋଦ୍ ଉପାଧ୍ୟକ୍ଷାଙ୍କ ୱାର୍ଡ଼ ଅନ୍ତର୍ଗତ ଘଟଣା ସତ୍ତ୍ଵେ କିଭଳି କାହାର ଚକ୍ଷୁଶୀଳ ହୋଇ ପାରୁନାହିଁ ତାହା ହେଉଛି ବିଡ଼ମ୍ବନାର ବିଷୟ । ତେବେ ଏ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଯଦିଓ କହିଛନ୍ତି ଯେ ୟାକୁ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି କିନ୍ତୁ ଏଯାବତ୍ କୌଣସି ଆଖି ଦୃଶୀୟା ପଦକ୍ଷେପ ଦେଖିବାକୁ ମିଳି ନାହିଁ । ଆଗକୁ କାଳବୈଶାଖୀ ଉପକୂଳ ଛୁଇଁବା ସୂଚନା ମିଳୁଥିବା ବେଳେ ଯୁଦ୍ଧ କାଳୀନ ଭିତ୍ତି ଭୂମିରେ ଏହାର ମରାମତି ଆବଶ୍ୟକତା ରହିଥିବା ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚର କାର୍ଯ୍ୟକାରୀ ସଭାପତି ପି.ସରୋଜିନୀ ଚନ୍ଦ୍ରନ୍ ତଥା ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଦାବି କରାଯାଇଛି ।

nis-ad
Leave A Reply

Your email address will not be published.