ହିଞ୍ଜିଳିକାଟୁ (୩୧।୫) : ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସ୍ ର ୨୦୨୧ ବ୍ୟାଚ ର ୩୮ ଜଣ ଅଧିକାରୀ ୩ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଆଜି ୨ୟ ଦିନ ରେ ହିଞ୍ଜିଳିକାଟୁ ବ୍ଲକ୍ ଓ ପୌରାଞ୍ଚଳରେ ବିକାଶ ର ମଡେଲ ଦେଖିଛନ୍ତି। ମସୌରୀ ଠାରେ ଥିବା ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ରୁ ଆସିଥିବା ୩୮ ଜଣ ଅଧିକାରୀ ଙ୍କ ମଧ୍ୟରୁ ୩୫ ଜଣ ମଙ୍ଗଳବାର ମାଁ ତରାତାରିଣୀ ମନ୍ଦିର ଦର୍ଶନ ସାରି ଐତିହାସିକ କିମ୍ବଦନ୍ତି ଜଉଗଡ ଶିଳାଲେଖ କିର୍ତିଦେଖିଲେ। ସେଠାରୁ ସ୍ଥାନୀୟ ବ୍ଲକ ଶାସନ ଆମ୍ବଗାଁ ପଞ୍ଚାୟତ ଗସ୍ତ କରି ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିର୍ମିତ ଏମସିସି ଏମଆରଏଫ, ଆଦର୍ଶ ଅଙ୍ଗନଓ୍ବାଡି କେନ୍ଦ୍ର, ଆଦର୍ଶ ପୋଖରୀ ବଗିଚା ସୌନ୍ଦର୍ଯ୍ୟ କରଣ ଓ ମିଶନ ଶକ୍ତି ଗୃହ ଦେଖିଥିଲେ। ହିଞ୍ଜିଳିକାଟୁ ପୌରାଞ୍ଚଳ ରେ ନେତାଜୀ ପାର୍କ ଓ ରୂପାନ୍ତରିତ ବୃନ୍ଦାବନ ହାଇସ୍କୁଲ ବୁଲି ଦେଖିଥିଲେ। ହିଞ୍ଜିଳିକାଟୁ ଠାରେ ମଧ୍ୟାହ୍ନ ଭୋଜନ ପରେ ସାରୁ ପଞ୍ଚାୟତ ରେ ହାଇସ୍କୁଲ ରୂପାନ୍ତରିକରଣ, ଆଦର୍ଶ ଗାଆଁ ଗୁହାଳ ଓ ବିଜୁ ପଟ୍ଟନାୟକ ପାଠାଗାର ବୁଲି ଥିଲେ।
ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଏହାର ଉପଯୋଗୀତା ନେଇ କ୍ଷେତ୍ର ପରିଦର୍ଶନ ବେଳେ ପରିମଳ ବ୍ୟବସ୍ଥାର ଉନ୍ନତି ଗ୍ରାମ୍ୟ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ସାମାଜିକ ସୁରକ୍ଷା ଦିଗରେ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ସଫଳ ପଦକ୍ଷେପ ପ୍ରତି କେନ୍ଦ୍ର ଅଧିକାରୀ ସନ୍ତୋଷ ବ୍ୟକ୍ତ କରି ପ୍ରଶଂସା କରିଥିଲେ। ରୂପାନ୍ତରିକରଣ ସ୍କୁଲରେ ଇ-ଲାଇଵ୍ରେରୀ, ଆଧୁନିକ ଶ୍ରେଣୀ ଗୃହ, ଖେଳ ପଡିଆ ପ୍ରଭୃତି ବିଷୟରେ ବୁଝିଥିଲେ। ଏହି ସମୟରେ ହିଞ୍ଜିଳିକାଟୁ ପୌରପ଼ରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ,ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡା , ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ପୌରପରିଷଦ ସହକାରା ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ,ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର,ଯନ୍ତ୍ରୀ ମାନସ ରଞ୍ଜନ ଦାଶ ହିଞ୍ଜିଳି ସରକାରୀ ବୃନ୍ଦାଵନ ଵିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରି ଶାନ୍ତିଲତା ମୁନିଙ୍କ ସହ ବହୁ ସରକାରୀ କର୍ମଚାରି ଉପସ୍ଥିତ ଥିଲେ।